କୌଣସି ଗୁଣରେ କମ୍ ନୁହେଁ ଏହି ଫଳ, ଦୂର କରେ ଅନେକ ରୋଗ
ସେଓ ଖାଇଲେ ସ୍ୱାସ୍ଥ୍ୟ ଭଲ ରହେ ବୋଲି ଏହି କଥା ଆମେ ପିଲାଦିନରୁ ଶୁଣି ଆସୁଛୁ । ଏପରିକି ପ୍ରତିଦିନ ଗୋଟିଏ ସେଓ ଖାଇଲେ ଡାକ୍ତରଙ୍କଠାରୁ ଦୂରେଇ ରହିପାରିବେ ବୋଲି ମଧ୍ୟ କୁହାଯାଏ । କିନ୍ତୁ ଆପଣ ଜାଣନ୍ତି କି, ଆମ ଘର ବାଡ଼ି ଆଡେ ଥିବା କିଛି ଗଛ ଅଛି ଯାହା ଅନ୍ୟ କୌଣସି ଦାମୀ ଫଳ ଗୁଣ ଅପେକ୍ଷାରେ କମ୍ ନୁହେଁ । ହଁ ଆଜ୍ଞା ଆମେ ଆପଣଙ୍କୁ ପିଜୁଳି ବିଷୟରେ କହୁଛୁ, ଯାହା ସହଜରେ ମିଳିଯାଇଥାଏ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ପିଜୁଳି କୌଣସି ଗୁଣରେ କମ୍ ନୁହେଁ ବୋଲି ବିବେଚନା କରାଯାଏ । ଯାହା ଅନେକ ରୋଗକୁ ଦୂର କରିବାରେ ସାହାଯ୍ୟ କରେ ।
ପିଜୁଳିରେ ଭିଟାମିନ୍ C, ଫାଇବର୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ପୋଟାସିୟମ୍ ଭଳି ଅନେକ ପୋଷକତତ୍ତ୍ୱ ରହିଛି । ଭିଟାମିନ୍ C ଶରୀରର ପ୍ରତିରୋଧକ କ୍ଷମତାକୁ ସପୋର୍ଟ କରିଥାଏ । ଏଥିସହ ପିଜୁଳିରେ ଥିବା ଫାଇବର୍ ଆମ ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସହାୟକ କରିପାରେ । ତେବେ ଆସନ୍ତୁ ପିଜୁଳିର ଲାଭକାରୀ ଗୁଣ ସମ୍ପର୍କରେ ଆସନ୍ତୁ ଜାଣିବା ।
ରୋଗ ପ୍ରତିରୋଧକ ଶକ୍ତି ବଢାଏ : । ସେଓ ଅପେକ୍ଷା ପିଜୁଳିରେ ଅଧିକ ଭିଟାମିନ୍ ସି ଥାଏ । ପିଜୁଳିରେ ଭିଟାମିନ୍ ସି ଭରପୁର ମାତ୍ରାରେ ଥିବାରୁ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରଭାବଶାଳୀ । ପିଜୁଳି ଖାଇବା ଦ୍ବାରା ଥଣ୍ଡା ଏବଂ ସଂକ୍ରମଣ ଜନିତ ସମସ୍ୟାର ଆଶଙ୍କାକୁ କମ୍ କରିଥାଏ ।
ପାଚନ କ୍ରିୟା ବଜାୟ ରଖେ : ସେଓ ଅପେକ୍ଷା ପିଜୁଳିରେ ଅଧିକ ଫାଇବର ମିଳିଥାଏ । ଯାହା ଦ୍ବାରା କବ୍ଜ ଭଳି ସମସ୍ୟାକୁ ରୋକାଯାଇପାରିବ ଏବଂ ପାଚନକ୍ରୟାକୁ ମଜବୁତ କରିବ । ପିଜୁଳି ଖାଇବା ଦ୍ବାରା ଅଧିକ ସମୟ ଯାଏଁ ପେଟ ପୂର୍ଣ୍ଣ ହୋଇ ରହିଥାଏ, ଫଳରେ ଓଜନକୁ ନିୟନ୍ତ୍ରଣ କରାଯାଇପାରିବ । କବ୍ଜ ସମସ୍ୟା ଥିଲେ ଆପଣଙ୍କ ଡାଏଟରେ ପିଜୁଳିକୁ ନିଶ୍ଚିତ ଭାବେ ସାମିଲ କରନ୍ତୁ ।
ହାର୍ଟ ପାଇଁ ଲାଭଦାୟକ : ପିଜୁଳିରୁ ପୋଟାସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭଳି ଗୁଣ ମିଳିଥାଏ ।ଯାହା ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରେ ଏବଂ ଖରାପ କୋଲେଷ୍ଟ୍ରୋଲକୁ ହ୍ରାସ କରିବାରେ ସାହାଯ୍ୟ କରେ । ଏହା ହାର୍ଟ ଜନିତ ସମସ୍ୟାର ଆଶଙ୍କାକୁ କମ୍ କରିଥାଏ । ସେଓରେ ପଲିଫେନୋଲ୍, ପୋଟାସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଉତ୍କୃଷ୍ଟ। ଏହି ଦୁଇଟି କୋଲେଷ୍ଟ୍ରଲ୍ ହ୍ରାସ କରିବାରେ ସାହାଯ୍ୟ କରେ ।
ଡାଇବେଟିସ୍ ପାଇଁ ଲାଭଦାୟକ : ବ୍ଲଡ୍ ସୁଗାରକୁ କଣ୍ଟ୍ରୋଲ କରିବା ପାଇଁ ସେଓ ଏବଂ ପିଜୁଳି ଖୁବ୍ ଲାଭଦାୟକ ହୋଇଥାଏ । ଦୁଇଟି ଯାକ ଫଳରେ ଗ୍ଲାଇସେମିକ ଇଣ୍ଡେକ୍ସ କମ୍ ଥାଏ, ହେଲେ ପିଜୁଳିରେ ଅଧିକ ଫାଇବର ଥିବାରୁ ବ୍ଲଡ ସୁଗାରର ସ୍ତରକୁ ଦ୍ରୁତ ଗତିରେ ବୃଦ୍ଧି ପାଇବାକୁ ରୋକିଥାଏ । ଡାଇବେଟିସ୍ ରୋଗୀଙ୍କ ପାଇଁ ପିଜୁଳି ଖୁବ୍ ପ୍ରଭାବଶାଳୀ ହୋଇଥାଏ ।
ତ୍ବଚା ଏବଂ ଓଜନ ପାଇଁ ଲାଭଦାୟକ : ତ୍ବଚା ପାଇଁ ପିଜୁଳି ଅଧିକ ଫଳପ୍ରଦ ହୋଇଥାଏ । ଏଥିରେ ଭିଟାମିନ୍ ସି ଏବଂ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଥାଏ । ଯାହା ଖାଇବା ଦ୍ବାରା କୋଲେଜନକୁ ବୃଦ୍ଧି କରିଥାଏ । ଏଥିରେ କମ୍ କ୍ୟାଲୋରୀ ଏବଂ ଅଧିକ ଫାଇବର ଥିବାରୁ ଏହା ଭୋକକୁ ନିୟନ୍ତ୍ରଣରେ ରଖିଥାଏ, ଫଳରେ ଓଜନକୁ ନିୟନ୍ତ୍ରଣରେ ରଖାଯାଇପାରିବ ।
