ଗଣେଶ ପୂଜା ଚାଲିଥିବା ବେଳେ ବଡ଼ ଅଘଟଣ, ପେଣ୍ଡାଲରେ ଲାଗିଲା ନିଆଁ
ସମ୍ବଲପୁର: ଗଣେଶ ପୂଜା ଚାଲିଥିବା ବେଳେ ସମ୍ବଲପୁରରେ ଘଟିଛି ଏକ ଅଘଟଣ। ଗଣେଶ ପୂଜାରେ ଅଘଟଣ । ସମ୍ବଲପୁର ଫାଟକ ନିକଟରେ ଥିବା ଗଣେଶ ପେଣ୍ଡାଲରେ ଲାଗିଲା ନିଆଁ। ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ଜଣାପଡିଛି । ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିଥିଲା । ରାତିରେ ଅନେକ ଭକ୍ତ ମଧ୍ୟ ପେଣ୍ଡାଲରେ ରହିଥିଲେ । ତେବେ ସୌଭାଗ୍ୟବଶତଃ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ପ୍ରାଥମିକ ସୂଚନା ଅନୁସାରେ, ସର୍ଟ ସର୍କିଟ୍ ଯୋଗୁଁ ପେଣ୍ଡାଲରେ ନିଆଁ ଲାଗିଥିବା ଜଣାପଡ଼ିଛି। ବିଦ୍ୟୁତ୍ ସଂଯୋଗରେ ତ୍ରୁଟି ଯୋଗୁଁ ନିଆଁ ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି । ନିଆଁ ଲାଗିବା ପରେ ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା ।
ଅଗ୍ନିଶମ କର୍ମଚାରୀମାନେ ତତ୍ପରତାର ସହ ନିଆଁକୁ ଆୟତ୍ତ କରିଥିଲେ। ଫଳରେ ନିଆଁ ଅଧିକ ଅଞ୍ଚଳକୁ ବ୍ୟାପିବାରୁ ରୋକାଯାଇଥିଲା । ଘଟଣା ସମୟରେ ପେଣ୍ଡାଲ ଭିତରେ ଓ ଆଖପାଖରେ ଅନେକ ଭକ୍ତ ରହିଥିଲେ । ନିଆଁ ଲାଗିବା ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ସେଠାରୁ ବାହାରକୁ ଅଣାଯାଇଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କାହାର କୌଣସି ଜୀବନହାନି କିମ୍ବା ଆହତ ହୋଇଥିବା ଖବର ମିଳିନାହିଁ । ଅଗ୍ନିଶମ ବାହିନୀର ତୁରନ୍ତ ପଦକ୍ଷେପ ଯୋଗୁଁ ଏକ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇଛି । ଗଣେଶ ପୂଜା ପେଣ୍ଡାଲରେ ବିଦ୍ୟୁତ୍ ସାଜସଜ୍ଜା ଓ ତାର ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବାକୁ ପୂଜା କମିଟି ଓ ଭକ୍ତମାନଙ୍କୁ ଅନୁରୋଧ କରାଯାଇଛି ।
