ଚନ୍ଦ୍ରଭାଗାରେ ଖଚାଖଚ ଭିଡ଼, ସମୁଦ୍ର କୂଳରେ ବସି ମଜା ନେଉଛନ୍ତି ପର୍ଯ୍ୟଟକ
ଗୋପ: ରବିବାର ହେଲେ ଲୋକେମାନେ ଅନେକ ସ୍ଥାନକୁ ବୁଲିବାକୁ ଯାଇଥାନ୍ତି । କାହିଁକିନା ସେଦିନ ଛୁଟି ହୋଇଥାଏ ସ୍କୁଲ୍, କଲେଜ୍ ଏବଂ ଅଫିସ୍ । କେହି କେହି ପାର୍କ ଯାଇଥାନ୍ତି ତ ଆଉ କେହି ପର୍ଯ୍ୟଟନ ସ୍ଥଳୀକୁ ଯାଇଥାନ୍ତି । ସବୁଆଡେ ଯାଇ ମଜା ନେଇଥାନ୍ତି ଲୋକେ । ଠିକ୍ ସେହିପରି ଆଜି ପର୍ଯ୍ୟଟକମାନେ ଚନ୍ଦ୍ରଭାଗାକୁ ବୁଲିବାକୁ ଆସିଛନ୍ତି । ଚନ୍ଦ୍ରଭାଗାରେ ସବୁବେଳେ ପ୍ରାୟତଃ ଲୋକ ଫୁଲ୍ ଥାଆନ୍ତି, କାହିଁକି ନା ସେଠାରେ ସୂର୍ଯୋଦୟ ଦେଖିବାର ମଜା ଟିକେ ନିଆରା । ସୂର୍ଯୋଦୟ ଦେଖିବା ପାଇଁ ପ୍ରାୟତଃ ସବୁଦିନ ଭିଡ଼ ଜମିଥାଏ ।
ଚନ୍ଦ୍ରଭାଗାରେ ଖଚାଖଚ ଭିଡ଼। ସୂର୍ଯୋଦୟ ଦେଖିବା ପାଇଁ କୋଣାର୍କ ଚନ୍ଦ୍ରଭାଗା କୂଳରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ଗୋଟିଏ ପଟେ ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ଲୋକେ ସମୁଦ୍ର କୂଳରେ ବସି ମଜା ନେଉଛନ୍ତି । ଆଜି ରବିବାରରେ ସୂର୍ଯ୍ୟମନ୍ଦିର ବୁଲି ଦେଖିବା ସହ ସୂର୍ଯୋଦୟ ଦେଖିବା ପାଇଁ ଚନ୍ଦ୍ରଭାଗା କୂଳରେ ଶହ ଶହ ପର୍ଯ୍ୟଟକଙ୍କ ଭିଡ଼ ଜମିଛି ।
