ଡାକ୍ତରଙ୍କ ସଫଳ ଅପରେସନ, ମହିଳାଙ୍କ ପେଟରୁ ବାହାରିଲା ୨୦ କିଲୋର ଟ୍ୟୁମର

ମାଲକାନଗିରି: ସଫଳ ଅସ୍ତ୍ରୋପଚାରରେ ବାହାରିଲା ୨୦ କିଲୋର ଟ୍ୟୁମର । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ସପନ କୁମାର ଦିଣ୍ଡାଙ୍କ ସଫଳ ଅପରେସନ । ଛତିଶଗଡର କାଙ୍କେର ଜିଲ୍ଲାର ବାଙ୍ଗାବାଡି ଗାଁର ଝିଅ ତୁଳସୀ ସୋଡ଼ିଙ୍କୁ ପେଟ ଯନ୍ତ୍ରଣା ପାଇଁ ପରିବାର ଲୋକେ ମାଲକାନଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସପନ କୁମାର ଦିଣ୍ଡା ତୁଳସୀଙ୍କପେଟରେ ଏକ ବଡ ଟ୍ୟୁମର ରହିଥିବା ଜାଣିବାକୁ ପାଇଥିଲେ । ତୁରନ୍ତ ସେ ତୁଳସୀର ଅପରେସନ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଆଜି ତାଙ୍କର ଅପରେସନ ପରେ ପେଟରୁ ୨୦ କିଲୋ ଓଜନର ଏକ ଟ୍ୟୁମର ବାହାରିଥିଲା । ଏବେ ତୁଳସୀ ସଂପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ଏତେ ବଡ଼ ଟ୍ୟୁମରକୁ ସଫଳତାର ସହ ବାହାର କରାଯିବା ପରେ ତୁଳସୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । ଡାକ୍ତରଙ୍କ ସୂଚନା ଅନୁଯାୟୀ, ଅସ୍ତ୍ରୋପଚାର ପରେ ତୁଳସୀ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ସଫଳ ଅସ୍ତ୍ରୋପଚାର ଡାକ୍ତରୀ ଟିମ୍‌ର ଦକ୍ଷତାକୁ ପ୍ରମାଣିତ କରିଛି ।

Spread the love

Leave a Reply

Your email address will not be published. Required fields are marked *