ନୟାପଲ୍ଲୀ ଗନ୍ ପଏଣ୍ଟ ଦୁଷ୍କର୍ମ ମାମଲା, ଝାରପଡ଼ା ଜେଲରେ ଟିଆଇ ପରେଡ୍

ଭୁବନେଶ୍ବର: ନୟାପଲ୍ଲୀରେ ଗନ ପଏଣ୍ଟରେ ଦୁଷ୍କର୍ମ ଘଟଣାରେ ଟିଆଇ ପରେଡ । ଝାରପଡ଼ା ଜେଲରେ ଅଭିଯୁକ୍ତ ଶ୍ରୀଧର ପଣ୍ଡାକୁ ଚିହ୍ନଟ କରୁଛନ୍ତି ପୀଡ଼ିତା । ନୟାପଲ୍ଲୀ ଥାନା ପୋଲିସର ଏକ ଟିମ୍ ପୀଡ଼ିତାକୁ ନେଇ ଝାରପଡା ଜେଲରେ ପହଞ୍ଚି ଟେଷ୍ଟ ଆଇଡେଣ୍ଟିଫିକେସନ ପରେଡ କରୁଛି । ୧୫ ଦିନ ମଧ୍ୟରେ ଦାଖଲ ହେବ ଚାର୍ଜସିଟ୍ । ଏଥିପାଇଁ ସମସ୍ତ ପ୍ରମାଣ,ସାକ୍ଷ୍ୟ ସଂଗ୍ରହ ଚାଲିଛି।ଘଟଣା ସମ୍ପର୍କିତ ତଥ୍ୟକୁ ଖୁବଶୀଘ୍ର ଦାଖଲ କରାଯିବ। ଅନ୍ୟପଟେ ମାମଲାରେ ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରିବାକୁ ପୋଲିସ ପ୍ରସ୍ତୁତି ଚଳାଇଛି ।

୧୫ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏଥିପାଇଁ ଘଟଣା ସମ୍ପର୍କିତ ସମସ୍ତ ପ୍ରମାଣ ଓ ସାକ୍ଷ୍ୟ ସଂଗ୍ରହ କରାଯାଉଛି । ଘଟଣା ସହ ଜଡ଼ିତ ବିଭିନ୍ନ ତଥ୍ୟକୁ ତଦନ୍ତ ପରେ ଖୁବଶୀଘ୍ର ଦାଖଲ କରାଯିବ । ମାମଲାରେ ପ୍ରମାଣ ସଂଗ୍ରହ ସହ ଅନ୍ୟାନ୍ୟ ଆଇନଗତ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ପୋଲିସର ତଦନ୍ତ ଶେଷ ହେବା ପରେ ଘଟଣାର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ । ନୟାପଲ୍ଲୀ ଥାନା ପୋଲିସ ମାମଲାର ପ୍ରତ୍ୟେକ ଦିଗକୁ ଗୁରୁତ୍ୱ ଦେଇ ତଦନ୍ତ କରୁଥିବା ବେଳେ, ନିର୍ଦ୍ଧାରିତ ସମୟ ମଧ୍ୟରେ ଚାର୍ଜସିଟ୍ ଦାଖଲ ଉପରେ ଏବେ ନଜର ରହିଛି ।

Spread the love