ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ

ବାଲିଗୁଡ଼ା: ଫିକା ପଡ଼ିଲା ରକ୍ତ ସମ୍ପର୍କ । ଭାଇ ସାଜିଲା ବଇରୀ । ବଡ଼ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ସାନ ଭାଇର ଜୀବନ। ବାଲିଗୁଡ଼ା ତୁମୁଡିବନ୍ଧ ଥାନା କଦମ ପଦର ଗାଁରେ ଘଟିଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ।

ସୂଚନା ପ୍ରକାରେ କଦମ ପଦର ଗ୍ରାମର ବୁଡୁ ପାତ୍ର ଏବଂ ଗାଉଁଟିଆ ପାତ୍ର ଦୁଇଭାଇଙ୍କ ମଧ୍ୟରେ ଦୀର୍ଘ ଦିନରୁ ଜମିଜମାକୁ ନେଇ ବିବାଦ ଚାଲି ଆସିଥିଲା । ହଠାତ୍‌ ଏହି ବିବାଦ ଉଗ୍ରରୂପ ନେଇଥିଲା ଏବଂ ଶେଷରେ ବଡ ଭାଇ ଗାଉଁଟିଆ ପାତ୍ରଙ୍କ ଟାଙ୍ଗିଆ ଚୋଟରେ ସାନଭାଇ ବୁଡୁ ପାତ୍ରଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ତୁମୁଡିବନ୍ଧ ପୋଲିସ ପହଞ୍ଚି ଅଭିଯୁକ୍ତ ଗାଉଁଟିଆ ପାତ୍ରଙ୍କୁ ଗିରଫ କରିବା ସହ ପୋଲିସ ୭୩/୨୬ରେ ଏକ ହତ୍ୟା ମାମଲା ରୁଜୁ କରି ମୁଦୁ ପାତ୍ରଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଥିବା ତଦନ୍ତକରି ଅଧିକାରୀ ତୁମୁଡିବନ୍ଧ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *