ଯୁବକଙ୍କୁ ଅବକାରୀ SIଙ୍କ ମାଡ଼ ଘଟଣା, ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ରାଜନଗର: ଚୋରା ମଦବେପାରୀଙ୍କୁ ଧରିବା ପରିବର୍ତ୍ତେ ଅଭିଯୋଗକାରୀଙ୍କୁ ମାଡ଼ ଘଟଣାର ହେବ ତଦନ୍ତ । ସଠିକ ତଦନ୍ତ କରିବାକୁ ଉଚ୍ଚସ୍ତରୀୟ ଅବକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ଚୋରା ମଦ ବିକ୍ରି ସମ୍ପର୍କିତ ଖବର ଦେବାରୁ ବରାଦିଆ ଗାଁର ବିନୋଦ ଦାସଙ୍କୁ ମାଡ଼ ମରା ଯାଇଥିବା ଅଭିଯୋଗ ହୋଇଛି । ଗାଁରେ ଚୋରା ମଦ ବିକ୍ରି ହେଉଥିବା ନେଇ ବିନୋଦ ମୁଖ୍ୟମନ୍ତ୍ରୀ ଓ ଅବକାରୀ ବିଭାଗରେ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୁକ୍ତଙ୍କୁ ଧରିବା ପରିବର୍ତ୍ତେ ଅବକାରୀ ବିଭାଗର SI ଛାୟାକାନ୍ତ ନାୟକ ଓ ଅନ୍ୟ ଚାରିଜଣ ବିନୋଦଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ।

ଏହା ପରେ ତାଙ୍କୁ ରାଜନଗର ଥାନାରେ ପ୍ରାୟ ୧୧ ଘଣ୍ଟା ଧରି ଅଟକ ରଖାଯାଇଥିବା ନେଇ ଅଭିଯୋଗ କରିଛନ୍ତି ବିନୋଦ । ରାଜନଗର ଥାନା ଅନ୍ତର୍ଗତ ବାରଦିଆ ଗାଁରେ ଚୋରା ମଦ କାରବାରକୁ ନେଇ ମୁଖ୍ୟମନ୍ତ୍ରୀ ଓ ଅବକାରୀ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ ବିନୋଦ । ଏହା ପରେ ଗତ ୨୮ ତାରିଖରେ ତାଙ୍କୁ ବାରଦିଆରୁ ରାଜନଗର ଥାନା ଯାଏଁ ଗାଡି ଭିତରେ ଅବକାରୀ ବିଭାଗର ଅଧିକାରୀ ମାଡ଼ ମାରିଥିବା କହିଛନ୍ତି ବିନୋଦ ।

ଗତକାଲି ଏ ସମ୍ପର୍କରେ ସେ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଭାବେ ଜଣାଇଛନ୍ତି । ଜିଲ୍ଲାପାଳ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିବା ସହ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏସପି ଓ ଅବକାରୀ ଅଧୀକ୍ଷକ ଘଟଣାର ମିଳିତ ତଦନ୍ତ କରିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *