ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ଚାପି ହୋଇଗଲେ ଡ୍ରାଇଭର

ବଲାଙ୍ଗିର : ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା । ଚାପି ହୋଇଗଲେ ଡ୍ରାଇଭର । ଉଦ୍ଧାର କଲେ ଅଗ୍ନଶମବାହିନୀ । ବଲାଙ୍ଗିର ଜିଲ୍ଲା ସଇଁତଳା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ପୁରୀରୁ ନୂଆଁପଡା ଯାଉଥିବା ବସ୍ ଓ ଏକ ମାଲ ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ବସ୍ ର ଯାତ୍ରୀମାନେ ସାମାନ୍ୟ ଆହତ ହୋଇଛନ୍ତି ।

ଦୁର୍ଘଟଣା ଯୋଗୁଁ ଟ୍ରକ୍ ଡ୍ରାଇଭର୍ ଟ୍ରକ୍ ଭିତରେ ଫସି ରହିଥିଲେ । ବଲାଙ୍ଗିର ଓ ସଇଁତଳା ଅଗ୍ନିଶମ ବାହିନୀ ପହଂଚି ଡ୍ରାଇଭରକୁ ଉଦ୍ଧାର କରିଥିଲେ। ସକାଳୁ କୁହୁଡ଼ି ଓ ଟ୍ରକ ଚକା ଫାଟି ଯିବାରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣା ଯୋଗୁ ଦୀର୍ଘ ସମୟ ଧରି ବରଗଡ଼-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥର ସଇଁତଳା ନିକଟରେ ରାସ୍ତା ଜାମ୍ ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *