ବାତ୍ୟା ଅର୍ଣ୍ଣବ ପାଇଁ ୫ ଟ୍ରେନ ବାତିଲ, ସାଉଥକୋଷ୍ଟ ରେଲୱେ ପକ୍ଷରୁ ଘୋଷଣା

ଭୁବନେଶ୍ୱର :  ବାତ୍ୟା ଅର୍ଣ୍ଣବ ପାଇଁ ଟ୍ରେନ ଚଳାଚଳ ବାତିଲ କଲା ରେଳବାଇ ବିଭାଗ ।  ସାଉଥକୋଷ୍ଟ ରେଲୱେ ପକ୍ଷରୁ ୫ଟି ଟ୍ରେନ ବାତିଲ ନେଇ ଘୋଷଣା କରାଯାଇଛି ।  ତିନୋଟି ଏକ୍ସପ୍ରେସ ଓ ଦୁଇଟି ପାସେଞ୍ଜର ଟ୍ରେନ ବାତିଲ ହୋଇଛି । ବିଶାଖାପାଟଣା ରୁ ଦାନ୍ତେଓ୍ବାଡା କିରଣ୍ଡୁଲ ଏକ୍ସପ୍ରେସ (୧୮୫୧୫/୧୮୫୧୬) ଟ୍ରେନ ବାତିଲ ହୋଇଥିବାବେଳେ ବିଶାଖାପାଟଣା ରୁ କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ(୧୮୫୧୨) ଟ୍ରେନ ବାତିଲ କରାଯାଇଛି ।

ସେହିପରି ହିରାଖଣ୍ଡ ଏକ୍ସପ୍ରେସ (୧୮୪୪୭/୧୮୪୪୮)ଜଗଦଲପୁର ଛତିଶଗଡ ଟ୍ରେନ ବାତିଲ କରାଯାଇଥିବା ବେଳେ କୋରାପୁଟ ବିଶାଖାପାଟଣା ପାସେଞ୍ଜର ଟ୍ରେନ ୫୮୫୩୭ ଓ ବିଶାଖାପାଟଣା କିରାଣ୍ଡୁଲ ପାସେଞ୍ଜର ୫୮୫୦୧ଟ୍ରେନ ମଧ୍ୟ ବାତିଲ କରାଯାଇଛି ।
ଅନ୍ୟପଟେ ଇଷ୍ଟ କୋଷ୍ଟ ରେଲୱେ ଟ୍ରେନ ଚଳାଚଳ ନେଇ ଆଜି ବସିବ ବୈଠକ । ପୁର୍ବତନ ପକ୍ଷରୁ ବାତ୍ୟା ପାଇଁ ଟ୍ରେନ ବାତିଲ ହେବ କି ନାହିଁ ନିଷ୍ଟତ ନିଆଯିବ। ଯେହେତୁ ଆନ୍ଧ୍ରା ଓ ଓଡ଼ିଶା ରେ ବାତ୍ୟା ପ୍ରଭାବ ପଡିବ । ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲା ଦେଇ ଚଳାଚଳ ହେଉଥିବା ଟ୍ରେନ ପାଇଁ ପ୍ରଭାବ ପଡିବା ନେଇ ଆଶଙ୍କା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *