ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କଲେ ବାଚସ୍ପତି

ବାଚସ୍ପତି ସୁରମା ପାଢୀ ବାତ୍ୟା ପରବର୍ତ୍ତୀ ଅବସ୍ଥାର ଅନୁଧ୍ୟାନ କରିବା ପାଇଁ ରଣପୁର ଆର୍ଥକ ଗସ୍ତ କରିଥିଲେ । ରଣପୁର ଏନ୍.ଏ.ସି ଅନ୍ତର୍ଗତ ୪ଟି ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖୁବା ସହ ରଣପୁର ଗ୍ରାମାଞ୍ଚଳରେ ଥ‌ିବା ୯ଟି ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖୁବା ସହ ଲୋକଙ୍କ ସହ ସମସ୍ତ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।

ବାତ୍ୟା ପରବର୍ତ୍ତୀ ସମୟରେ ଲଗାଣ ବର୍ଷା ଯୋଗୁଁ କ୍ଷତି ହୋଇଥ‌ିବା ଧାନ ଚାଷ ଦେଖୁବା ସହ ଚାଷୀମାନେ କିପରି କ୍ଷତିପୂରଣ ପାଇପାରିବେ ସେ ସମ୍ପର୍କରେ ଉପସ୍ଥିତ ଅଧୂକାରୀଙ୍କ ସହ ଆଲୋଚନା କରିଥିଲେ।

ପରେ ନୟାଗଡ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ସହ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ସମୀକ୍ଷା କରିବା ସହ, କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ଯୋଗାଇଦେବା ସମ୍ପର୍କରେ ଅବଗତ କରାଇଥିଲେ । ଏହି ଅବସରରେ ବାଚସ୍ପତିଙ୍କ ସହ ଜିଲ୍ଲା ଯୋଜନା ବୋର୍ଡର ଅଧ୍ଯକ୍ଷ ତଥା ଖଣ୍ଡପଡା ବିଧାୟକ ଶ୍ରୀ ଦୁଷ୍ମନ୍ତ ସ୍ବାଇଁ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *