ବାଲିପାଟଣା ବଜାର ହତ୍ୟାକାଣ୍ଡ ମାମଲା, ୯ ଜଣଙ୍କୁ ଆଜୀବନ ଜେଲ
ଭୁବନେଶ୍ୱର : ବାଲିପାଟଣା ବଜାରରେ ହତ୍ୟାକାଣ୍ଡ ଘଟଣା । ୯ ଜଣଙ୍କୁ ଆଜିବନ ସଜ୍ଜା । ବାଲିପାଟଣା ଅକ୍ଷୟ କୁମାର ମାଝୀ ହତ୍ୟା ମାମଲାରେ ରାୟ । ଭୁବନେଶ୍ୱର କୋର୍ଟରେ ଆଜୀବନ ସଜା ଶୁଣାଇଲେ କୋର୍ଟ । ୨୦୨୪ ମସିହାରେ ହୋଇଥିଲା ହତ୍ୟାକାଣ୍ଡ । ପତ୍ନୀକୁ ମେସେଜ କରୁଥିବା ସନ୍ଦେହରେ ହତ୍ୟା କରିଥିଲେ ସ୍ବାମୀ ସହ ସମ୍ପର୍କୀୟ । ଗୋଟିଏ ପରିବାରର ୯ଜଣଙ଼କୁ ଆଜୀବନ ସଜ୍ଜା ଶୁଣାଇଛନ୍ତି କୋର୍ଟ ।
୧୦ଟି ସାକ୍ଷୀ ଓ ୨୫ଟି ଦସ୍ତାବିଜ ଆଧାରରେ ଦୋଷୀ ସାବ୍ୟସ୍ତ କଲେ ଏଡିଜି ୩କୋର୍ଟ । ମୁଖ୍ୟ ଅଭିଯୁକ୍ତ ଦିଲ୍ଲୁ ଭୋଇ ସମେତ ମୋଟ ୯ଜଣଙ୍କୁ ଜିବନ ସଜ୍ଛା ରେ ସଜା ଶୁଣାଇଛନ୍ତି କୋର୍ଟ । ତେବେ ଜମି ଜମା ବିବାଦ ନେଇ ପୁର୍ବ ଶତୃତା ଥିଲା । ଏସଂକ୍ରାନ୍ତରେ ପାରିବାରିକ ଶତୃତା ନେଇ ଉଗ୍ର ରୁପ ନେଇଥିଲା ।
୨୦୨୪ମସିହା ମାର୍ଚ୍ଚ ୨୩ତାରିଖରେ ବାଲିପାଟଣା ବଜାରରେ ପରିବା କିଣିବାକୁ ଯାଇଥିବା ଅକ୍ଷୟ ମାଝୀ କୁ ସଙ୍ଘବଦ୍ଧ ହତ୍ୟା କରିଥିଲେ । ଅତି ବିଭତ୍ସ ଭାବେ ନିର୍ମମ ହତ୍ୟା କାଣ୍ଡ ଭିଆଇ ଥିଲେ । ଏହି ଘଟଣାରେ ସମସ୍ତ ଅଭିଯୁକ୍ତମାନଙ୍କୁ ଦୋଷୀ ସାବସ୍ତ୍ୟ କରିଛନ୍ତି ଭୁବନେଶ୍ୱର ଏଡିଜେ ୩ କୋର୍ଟ । ସମସ୍ତ ଦୋଷୀମାନଙ୍କୁ ଝାରପଡା ଜେଲକୁ ପଠାଯାଇଛି ।
