ବିପୁଳ ପରିମାଣର ସୁନା ଓ ରୁପା ଅଳଙ୍କାର ଜବତ, ୪ ଗିରଫ
ଭଞ୍ଜନଗର : ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ପୋଲିସ । ସେମାନଙ୍କ ଠାରୁ ୬୬ ଗ୍ରାମ ଚୋରି ସୁନା ଅଳଙ୍କାର ସମେତ ଅଢ଼େଇ କିଲୋରୁ ଉର୍ଦ୍ଧ୍ବ ରୂପା ଅଳଙ୍କାର ଜବତ କରାଯାଇଛି । ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଥାନା ଅଞ୍ଚଳରୁ ଘଟଣା ଘଟାଇବା ପରେ ପୋଲିସ ଆଖିରେ ଧୂଳିଦେଇ ଖସି ଯାଉଥିଲେ ଏହିଗ୍ୟାଙ୍ଗ । ଏମାନଙ୍କୁ ଧରିବା ପାଇଁ ଗଂଜାମ ଏସପିଙ୍କ ନିର୍ଦ୍ଦେଶ ପ୍ରକାରେ ଭଂଜନଗର ଥାନାଧିକାରୀଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଶେଷରେ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲା ପୋଲିସ । ଜବତହୋଇଥିବା ଚୋରି ସୁନା ଓ ରୂପା ଅଳଙ୍କାରର ମୂଲ୍ୟ ପ୍ରାୟ ୧୩ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଇଛି ।
