ଜମି ବିକ୍ରି ଠକେଇ କରି ଗିରଫ, ଟଙ୍କା କାରବାରର ଦସ୍ତାବିଜ ଜବତ

ଭୁବନେଶ୍ବର : ଜମି ବିକ୍ରି ନାଁରେ ଠକେଇ କରି ଗିରଫ ହେଲା ଅଭିଯୁକ୍ତ । ଭରତପୁର ଥାନା ପୋଲିସ ଠକେଇ ଅଭିଯୋଗରେ  ସନାତନ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୋଗ ଅନୁସାରେ, ସମ୍ପୁର ଅଞ୍ଚଳରେ ୪୦ ଫୁଟ୍ × ୩୦ ଫୁଟ୍ ଜମିକୁ ନିଜର ବୋଲି ମିଥ୍ୟା ପରିଚୟ ଦେଇ ନନ ଜୁଡିସିଆଲ୍ ଷ୍ଟାମ୍ପ ପେପର ମାଧ୍ୟମରେ ଅଭିଯୋଗକାରୀଙ୍କୁ ୧ ଲକ୍ଷ ୧୫ ହଜାର ଟଙ୍କାରେ ବିକ୍ରି କରି ଠକେଇ କରିଥିଲେ । ପରେ ବିଡିଏ ଓ ବିଏମସି ପକ୍ଷରୁ ଉକ୍ତ ଘର ଉଚ୍ଛେଦ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ତଦନ୍ତ ସମୟରେ ଜମି ବିକ୍ରି ସମ୍ପର୍କିତ ମୂଳ ନୋଟାରୀ ଚୁକ୍ତିନାମା ଏବଂ ଟଙ୍କା କାରବାରର ଦସ୍ତାବିଜ ଜବତ କରାଯାଇଛି । ଅଭିଯୁକ୍ତ ବିରୋଧରେ ପୂର୍ବରୁ ୧୦ଟି ଅପରାଧିକ ମାମଲା ଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ମାମଲାର ଅଧିକ ତଦନ୍ତ ଜାରି ରହିଛି ।

Spread the love

Leave a Reply

Your email address will not be published. Required fields are marked *