ଭାଙ୍ଗିଯିବ କି ଟିଏମସି ! ୨୦ ସାଂସଦ ଲୋକସଭା ବାଚସ୍ପତିଙ୍କୁ ଲେଖିଲେ ଚିଠି

କୋଲକତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପରେ ଟିଏମସିର ଦଳର ସ୍ଥିତି ଏବେ ଦୋହଲି ଯାଇଛି । ଦଳରେ ବିଦ୍ରୋହ ଆରମ୍ଭ ହୋଇଗଲାଣି । ବିଧାୟକଙ୍କ ପରେ ସାଂସଦମାନେ ଇସ୍ତଫା ଦେଉଛନ୍ତି । ଲୋକସଭାର ୨୦ ଜଣ ସାଂସଦ ସ୍ପିକରଙ୍କୁ ଚିଠି ଲେଖିଛନ୍ତି । କୁହାଯାଉଛି କି, ସାଂସଦମାନେ ଅଲଗା ପାର୍ଟି ମଧ୍ୟ କରିପାରନ୍ତି । ଏହି ପରିପ୍ରେକ୍ଷୀରେ ସୋମବାର ସାଂସଦ ସୁଖେନ୍ଦୁ ରୟ ଇସ୍ତଫା ପ୍ରଦାନ କରିଥିଲେ । ମମତା ବାନାର୍ଜୀ ଏବେ ଦିଲ୍ଲୀରେ ଇଣ୍ଡି ବ୍ଲକ ବୈଠକରେ ସାମିଲ ହୋଇଛନ୍ତି ।

ଟିଏମସିର ୨୦ରୁ ଅଧିକ ସଂସଦ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲାଙ୍କୁ ଚିଠି ଲେଖିଛନ୍ତି, ଯାହା ପରେ ପାର୍ଟି ଭିତରେ ମନମାଳିନ୍ୟ ହେଉଥିବା ଅନୁମାନ କରାଯାଉଛି । ଯେଉଁଥିରେ ଏନଡିଏ ସହିତ ମେଣ୍ଟ ଗଠନ କରିବାର ଇଚ୍ଛା ପ୍ରକାଶ କରାଯାଇଛି । ଦଳର ବରିଷ୍ଠ ସାଂସଦ କାକୋଲି ଘୋଷ ଦସ୍ତିଦାର ଦାବି କରିଛନ୍ତି ଯେ ପ୍ରାୟ ୨୦ ଜଣ ଟିଏମସି ସାଂସଦ ଜାତୀୟ ଗଣତାନ୍ତ୍ରିକ ମେଣ୍ଟକୁ ସମର୍ଥନ କରିବା ପାଇଁ ସେମାନଙ୍କ ସ୍ଥିତି ବିଷୟରେ ଲୋକସଭା ବାଚସ୍ପତିଙ୍କୁ ଅବଗତ କରାଇଛନ୍ତି ।

ରାଜ୍ୟସଭା ସାଂସଦ ଏବଂ ଟିଏମସି ନେତା ସୁଖେନ୍ଦୁ ଶେଖର ରାୟ ସୋମବାର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ଘୋଷଣା କରିଛନ୍ତି ଏବଂ ଦଳର ପ୍ରାଥମିକ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେବା ଘୋଷଣା କରିଛନ୍ତି । ସୋମବାର ଟିଏମସିର ୧୪ ଜଣ ବିଦ୍ରୋହୀ ସାଂସଦ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି । ଟିଏମସିର ବର୍ତ୍ତମାନ ୨୮ ଜଣ ଲୋକସଭା ସାଂସଦ ଏବଂ ୧୨ ଜଣ ରାଜ୍ୟସଭା ସାଂସଦ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *