ମାଓ ଡମ୍ପରୁ ୬୫ ଲକ୍ଷ ଟଙ୍କା ଜବତ, ବିପୁଳ ଗୋଳାବାରୁଦ; ବିସ୍ଫୋରକ ଜବତ
ମାଲକାନଗିରି : ମାଓବାଦୀ ଲୁଚାଇ ରଖିଥିଲେ ୬୫ ଲକ୍ଷ ଟଙ୍କା । ମାଟି ତଳୁ ଉଦ୍ଧାର ହେଲା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରରେ ପୁଣି ବଡ଼ ଧରଣର ମାଓ ଡମ୍ପ ଠାବ ହୋଇଛି । ଏଥିରୁ ବିପୁଳ ପରିମାଣରେ ନଗଦ ଟଙ୍କା ଏବଂ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ୩୨ଟି ଅଟମେଟିକ ବନ୍ଧୁକ LMG, SLR, ଏବଂ କାର୍ବାଇନ୍ ରାଇଫଲ୍ ସହ ଗୋଳାବାରୁଦ, ବିସ୍ଫୋରକ ଜବତ କରାଯାଇଛି ।
ମାଓ ଡ଼ମ୍ପ ରୁ ୬୫ ଲକ୍ଷ ୫୨ ହଜାର ନଗଦ ଟଙ୍କା ଜବତ ହୋଇଛି । ଡିଆରଜି, ଏସଟିଏଫ ଏବଂ କୋବ୍ରା ଜବାନଙ୍କ ମିଳିତ ଅପରେସନ ରେ ଏହି ସଫଳତା ମିଳିଛି । ସୁରକ୍ଷା ବାହିନୀ ଦ୍ୱାରା ଏପର୍ଯ୍ୟନ୍ତ ଅପରେସନରେ, ୨୦ କୋଟି ୮ ଲକ୍ଷ ୫୨ ହଜାର ଟଙ୍କାର ସମ୍ପତ୍ତି ଉଦ୍ଧାର କରାଯାଇଛି । ଯେଉଁଥିରେ ୧୨ କୋଟି ୮୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ରହିଛି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଏବଂ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏହି ସଫଳତା ମିଳିପାରିଛି।
