ଭିଜିଲାନ୍ସ ଜାଲରେ କାଡା ଡିଭିଜନ ଇଞ୍ଜିନିୟର, ଭୁବନେଶ୍ୱର, କେନ୍ଦୁଝର ଓ ବାଲେଶ୍ୱରରେ ମଧ୍ୟ ରେଡ୍
ଭଦ୍ରକ: ଭିଜିଲାନ୍ସ ଜାଲରେ କାଡା ଡିଭିଜନ ଇଞ୍ଜିନିୟର । ଆୟ ବହିର୍ଭୁତ ସମ୍ପତି ଠୁଳ କରିବା ଅଭିଯୋଗରେ ବିଜୟ କୁମାର ମହାନ୍ତିଙ୍କ ଘରେ ରେଡ୍ । ତାଙ୍କର ଭଡା ଘର ଓ ସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଭଦ୍ରକ ଭିଜିଲାନ୍ସ ଡିଏସପି ଦୁଷ୍ମନ୍ତ ନାୟକଙ୍କ ନେତୃତ୍ୱରେ ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ ଦ୍ୱାରା ଚଢ଼ାଉ ଜାରି ରହିଛି ।
ସୂଚନା ଅନୁସାରେ, ଭଦ୍ରକ ଆରଡ଼ି ଛକ ସ୍ଥିତ ତାଙ୍କ ବାସଭବନ ସହିତ ଭୁବନେଶ୍ୱର, କେଉଁଝର ଓ ବାଲେଶ୍ୱରର ଅନେକ ଠିକଣାରେ ଏକାସାଥିରେ ଚଢ଼ାଉ ଚାଲିଛି । ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ୍ ସମ୍ମିଳିତ ଭାବେ ତଦନ୍ତ କାର୍ଯ୍ୟ କରୁଛନ୍ତି । ଭିଜିଲାନ୍ସ ପକ୍ଷରୁ ତାଙ୍କ ସମ୍ପତ୍ତି ଓ ଆର୍ଥିକ ନେଣଦେଣ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯାଉଥିବାବେଳେ, ଆଗାମୀ ଦିନରେ ଅଧିକ ତଥ୍ୟ ପ୍ରକାଶ ପାଇବାର ସମ୍ଭାବନା ରହିଛି।
