ମା’ ଲକ୍ଷ୍ମୀଙ୍କର ଭସାଣୀ ବେଳେ ଡିଜେରେ ଲାଗିଲା ନିଆଁ, ୨ ଆହତ

କଣିହାଁ : ଭସାଣୀ ବେଳେ ଅଘଟଣ । ମା’ ଲକ୍ଷ୍ମୀଙ୍କର ଭସାଣୀ ବେଳେ ଡିଜେରେ ଲାଗିଲା ନିଆଁ । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ କଂସମୁଣ୍ତା ଗାଁରେ ମା’ ଲକ୍ଷ୍ମୀଙ୍କର ଏଗାରଟି ମେଢକୁ ନେଇ ଚାଲିଥିବା ଶୋଭାଯାତ୍ରା । ବାଜା ଓ ରୋଷଣୀରେ ଜମୁଥିଲା ଶୋଭାଯାତ୍ରା । ରାସ୍ତାର ଦୁଇ ପାଖରେ ଛିଡା ହୋଇ ଭସାଣୀ ଦେଖୁଥିଲେ ଲୋକ ।

ଏହି ସମୟରେ ହଠାତ୍ ଡିଜେରେ ନିଆଁ ଲାଗି ନିଆଁ ଛିଟିକା ଦୁଇ ଜଣ ଦେଖେଣାହାରୀଙ୍କ ଉପରେ ପଡିଥିଲା । ଗୁରୁତର ଆହତ ଅବସ୍ଥାରେ ଦୁଇ ଜଣଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଣିହାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି ।

Spread the love

Leave a Reply

Your email address will not be published. Required fields are marked *