ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର “ଦେବକନ୍ୟା
ସୁପ୍ରିମ୍ ଏଣ୍ଟରଟେନମେଣ୍ଟ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର “ଦେବକନ୍ୟା” ସାରା ଓଡ଼ିଶାରେ ୨୫ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି l ସେହି ଅବସରରେ ସିନେପଲିସ୍ ରେ ଏହାର ପ୍ରିମିୟର ହୋଇଛି l ସମସ୍ତ କଳାକାର, ଟେକ୍ନିସିଆନ, ପ୍ରଯୋଜକ, ନିର୍ଦ୍ଦେଶକ,ସଂଗୀତ ନିର୍ଦ୍ଦେଶକ ଓ ମିଡ଼ିଆ ଟିମ୍ ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ବହୁ ସଂଖ୍ୟାରେ ଉପସ୍ଥିତ ରହି ଚଳଚ୍ଚିତ୍ରକୁ ଉପଭୋଗ କରିଥିଲେ। ଓଡ଼ିଆ ଲୋକକଳା ଓ ଓଡ଼ିଆ ସଂସ୍କୃତି ପରମ୍ପରାକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଆରମ୍ଭ କରାଯାଇଥିଲା l
କାହାଣୀଟି ପ୍ରସିଦ୍ଧ ନାଟ୍ୟକାର ଶଙ୍କର ତ୍ରିପାଠୀ ରଚନା କରିଥିବା ବେଳେ ସୁରେଶ ସାହୁ ଓ ଭାର୍ଗବୀ ତ୍ରିପାଠୀ ପ୍ରଯୋଜନା କରିଛନ୍ତି। ନିର୍ଦ୍ଦେଶନା ରାଶେଷ ମହାନ୍ତି, ସଂଗୀତ ବିକାଶ ଦାସ, ନୃତ୍ୟ ନିର୍ଦ୍ଦେଶନା ଲୁବୁନ ଟୁବୁନ ଓ ବିଦୁ, ଚିତ୍ରତ୍ତୋଳନ ସୁଦର୍ଶନ ସେନାପତି ଓ ସମ୍ପାଦନା ଚନ୍ଦ୍ରଶେଖର ମିଶ୍ର କରିଛନ୍ତି l କାର୍ଯ୍ୟକାରୀ ପ୍ରଯୋଜକ ମହେଶ ବାରିକ ଓ ପ୍ରଡକସନ୍ ଡିଜାଇନର ଭରତ ସେଠୀ ଦାୟିତ୍ୱ ତୁଲାଇଥିବା ବେଳେ ଆଶୁତୋଷ ତ୍ରିପାଠୀ କଲଚରାଲ ଆଡ଼ଭାଇଜରଙ୍କ ତତ୍ତ୍ଵବଧାନରେ ସମ୍ପୂର୍ଣ୍ଣ ସିନେମା ପ୍ରସ୍ତୁତ ହୋଇଚି l ପ୍ରଚାର ଓ ପ୍ରସାର ଦାୟିତ୍ୱରେ ପ୍ରଣୟ ଜେଠୀ ଓ ଟିମ ସମ୍ଭାଳିଛନ୍ତି। ଏଥିରେ ନାୟକ ଶୁଭାଶିଷ ଶର୍ମା (ମଣ୍ଟୁ) ଦେବକନ୍ୟା ଶୀର୍ଷକ ଭୂମିକାରେ ଅବତୀର୍ଣ୍ଣ ହେଇଥିଵା ବେଳେ ନବଗତା ନାୟିକା ସୁଶ୍ରୀ ଙ୍କୁ ଦେଖିବାକୁ ମିଳିବ l ତାଙ୍କ ବ୍ୟତୀତ ଅଭିଜ୍ଞ କଳାକାର କୁନା ତ୍ରିପାଠୀ, ଅଶ୍ରୁ୍ମୋଚନ ମହାନ୍ତି, କେଦାର ମିଶ୍ର, ରବି ମିଶ୍ର, ଦେବ, ରବୀନ୍ଦ୍ରନାଥ ସିଂ, ନବଗତା ନୂତନ, ଲୋପା, ଧରିତ୍ରୀ, ଶମ୍ଭୁନାଥ ଖୁଣ୍ଟିଆ, ବିପିନ ଗୋଛିକାର ଓ ଶିଶୁ କଳାକାର କିରନଜିତ ଅଭିନୟ କରିଛନ୍ତି l ପୂର୍ବରୁ କଳିଙ୍ଗ ଷ୍ଟୁଡ଼ିଓରେ ଏହାର ସ୍ୱତନ୍ତ୍ର ପ୍ରଦର୍ଶନ ହୋଉଥିଲା l ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ବରିଷ୍ଠ ରାଜନେତା ସୁର ରାଉତରାୟ, ବିଧାୟକ ବାବୁ ସିଂ, ସିଦ୍ଧାନ୍ତ ମହାପାତ୍ର, ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଯୋଗଦେଇ ସମ୍ପୂର୍ଣ୍ଣ ଦେବକନ୍ୟା ଚଳଚ୍ଚିତ୍ର ଦେଖି ଉତ୍ସାହିତ କରିଥିଲେ l ପ୍ରିମିୟର ଶୋ’ରେ ଦର୍ଶକଙ୍କ କରତାଳି ଓ ଶୁଭେଚ୍ଛା କଳାକାର ଦେବକନ୍ୟା ଟିମ କୁ ଉତ୍ସାହିତ କରିଵା ସହ ଭବିଷ୍ୟତ ପାଇଁ ଆଶାବାଦୀ କରି ପାରିଛି l
