ମୁରାସୁ ବାତ୍ୟା ପ୍ରଭାବରେ ସକାଳୁ କାଶୀନଗରଠାରେ ଝିପିଝିପି ବର୍ଷା ଆରମ୍ଭ

ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ବାତ୍ୟା ‘ମୁରାସୁ’ ସମୟ କ୍ରମରେ ଅଧିକ ସକ୍ରିୟ ହୋଇଛି। ସୋମବାର ପୂର୍ବାହ୍‌ଣରେ ଏହା ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଆନ୍ଧ୍ରପ୍ରଦେଶର ନେଲୋର ଏବଂ ନରସାପୁର ମଧ୍ୟରେ ଓଙ୍ଗୋଲ ନିକଟରେ ଅତିକ୍ରମ କରିବାର ସମ୍ଭାବନା ବହୁତ ଅଧିକ। ଏହା ନଭେମ୍ବର ୨ ତାରିଖ ମଧ୍ୟରାତ୍ରି ଏବଂ ନଭେମ୍ବର ୩ ତାରିଖ ଭୋର ୪ଟା ମଧ୍ୟରେ ଘଟିବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁଲା ‌ବେଳେ ବାତ୍ୟା ସମୟର ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିବ ବୋଲି ଆଶା କରାଯାଉଛି।
ଝଟକା ପବନ ଘଣ୍ଟା ପିଛା ୧୨୦କିମି
ଘଣ୍ଟା ପ୍ରତି ୨୦ କିମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଥିବା  ‘ମୁରାସୁ’ ଚେନ୍ନାଇଠାରୁ ୨୬୦ କିମି ଏବଂ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ୪୭୦ କିମି ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଛି। ଭୀଷଣ ବାତ୍ୟା ଭାବେ ‘ମୁରାସୁ’ ସ୍ଥଳଭାଗକୁ ପ୍ରବେଶ କରିବା ସମୟରେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୧୦ କିମି ରହିବ। ଝଟକା ପବନର ବେଗ ଘଣ୍ଟା ପ୍ରତି ୧୨୦ କିମି ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ କରିଛି। ଏହି ବାତ୍ୟା ଯୋଗୁଁ ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶା, ତାମିଲନାଡୁ ଏବଂ ଛତିଶଗଡ଼ ସରକାର ସତର୍କ ଅଛନ୍ତି।
କ’ଣ ରହିଛି ସଦ୍ୟତମ ସ୍ଥିତି?
ରିପୋର୍ଟ ଲେଖାଯିବା ବେଳକୁ ବାତ୍ୟାର କେନ୍ଦ୍ର ନିକଟରେ ପବନର ବେଗ ୯୦ରୁ ୧୦୦କିମି ଏବଂ ସର୍ବାଧିକ ୧୦୦କିମି ପ୍ରବାହିତ ହେଉଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ତୀବ୍ର ବୃଷ୍ଟିପାତ ଜାରି ରହିଛି। ଏହି ସୂଚନା ଗୋପାଳପୁର ରାଡାର ଜରିଆରେ ଜଣାଯାଇଛି। ମୁରାସୁ ବାତ୍ୟା ପ୍ରଭାବରେ ସକାଳୁ କାଶୀନଗରଠାରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *