ମୃତ୍ୟୁ ହୋଇ ଛକି ରହିଥିଲା କାଳ, ଟ୍ରକ୍ ଓ ଟ୍ରାକ୍ଟର ଧକ୍କାରେ ୨ ଯୁବକ ମୃତ

ନୂଆଦିଲ୍ଲୀ: କର୍ଣ୍ଣାଲର ଜିଟି ରୋଡରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଭୋର ପ୍ରାୟ ୪ଟା ସମୟରେ ନିଲୋଖେରୀର ମାତା ମନ୍ଦିର ନିକଟରେ ଏକ ଦ୍ରୁତଗାମୀ ଟ୍ରକ୍ ପଛରୁ ଏକ ଟ୍ରାକ୍ଟରକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ, ଭୋର ପ୍ରାୟ ୪ଟା ସମୟରେ ନିଲୋଖେରୀର ମାତା ମନ୍ଦିର ନିକଟରେ ଏକ ଦ୍ରୁତଗାମୀ ଟ୍ରକ୍ ପଛରୁ ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ହୋଇଥିଲା ଯେ ଟ୍ରାକ୍ଟରରେ ବସିଥିବା ଦୁଇ ଯୁବକ ରାସ୍ତାରେ ଛିଟିକି ପଡ଼ିଥିଲେ ଏବଂ ମୁଣ୍ଡରେ ଗମ୍ଭୀର ଆଘାତ ଲାଗି ଘଟଣାସ୍ଥଳେ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଟ୍ରକ୍ ମଧ୍ୟ ନିୟନ୍ତ୍ରଣ ବାହାରକୁ ଯାଇ ଓଲଟି ପଡ଼ିଥିଲା । ମୃତକଙ୍କ ନାମ ୨୫ ବର୍ଷୀୟ ଶିଶପାଲ ଏବଂ ୨୮ ବର୍ଷୀୟ ସୁରବୀର, ଯେଉଁମାନେ ଉତ୍ତର ପ୍ରଦେଶର ମୋରାଦାବାଦ ଜିଲ୍ଲାର ବାସିନ୍ଦା । ଉଭୟ ସମ୍ପର୍କୀୟ ଥିଲେ ଏବଂ ପଞ୍ଜାବରେ ବିଦ୍ୟୁତ୍ ତାର କାମ କରିବାକୁ ଯାଉଥିଲେ । ଟ୍ରାକ୍ଟରଟି ଖାଲି ଥିଲା ଏବଂ ଏଥିରେ ପାଞ୍ଚରୁ ସାତ ଜଣ ଲୋକ ଚଢ଼ୁଥିବା କୁହାଯାଉଛି। ଉଭୟ ଯୁବକ ଟ୍ରାକ୍ଟରର ଆଗରେ ବସିଥିଲେ । ସେହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ୍ ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣାରେ ଉଭୟ ଯୁବକ ରାସ୍ତାରେ ଛିଟିକି ପଡ଼ି ପ୍ରାଣ ହରାଇଥିଲେ । ଦୁଇ ଜଣ ଯୁବକ ଚାକିରି ଆଶାରେ ଘରୁ ବାହାରିଥିଲେ ହେଲେ ସବୁଦିନ ପାଇଁ ଲିଭିଗଲା ଜୀବନର ଦୀପ । ଯାହା ସେମାନଙ୍କ ପରିବାରରେ ଶୋକର ଛାୟା ଖେଳାଇଦେଇଛି ।

ଅନ୍ୟପଟେ ଦୁର୍ଘଟଣାର ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହକୁ ନିଜ ହେପାଜତକୁ ନେଇ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଏଥିସହ ଟ୍ରକ୍ ଡ୍ରାଇଭରକୁ ଧରାଯାଇଛି ଏବଂ ଘଟଣାର ତଦନ୍ତ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *