ରାଜ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ, ବର୍ଷା ସହ କୁଆପଥର ମାଡ଼

ରାଜ୍ୟରେ କିଛି ଜିଲ୍ଲାରେ କାଳବୈଶାଖୀର ତାଣ୍ଡବ । ବର୍ଷା ସହ କୁଆପଥର ମାଡ଼ । ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କଟକ ଜିଲ୍ଲାରେ କୁଆପଥର ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ବରରେ ଆଜି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । କାଳବୈଶାଖୀର ପ୍ରଭାବରେ କିଛି ସ୍ଥାନରେ କୁଆପଥର ମାଡ଼ ହୋଇଛି । ସେହିପରି ଘଡ଼ଘଡ଼ି ସହିତ ବଜ୍ରପାତ ମଧ୍ୟ ହୋଇଛି। ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ଭୁବନେଶ୍ବର ଆକାଶରେ ମେଘ ଘୋଟି ଆସିଥିଲା ।ପ୍ରାୟ ୪ଟା ୪୫ ବେଳକୁ ପବନ ବହିବା ଆରମ୍ଭ କରିଥିଲା । ବର୍ଷା ସହ ଦିନ ତାପମାତ୍ରା ସାମାନ୍ୟ କମିଛି । ମାର୍ଚ୍ଚ ଶେଷ ସପ୍ତାହରେ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ। ଉପକୂଳ ସମେତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବ। ଏଥିସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ତାହାକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ୍‌ କମିସନରଙ୍କ ପକ୍ଷରୁ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅର୍ଧାଧିକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

Spread the love