ରେଭେନ୍ଶା ବିଶ୍ୱବିଦ୍ୟାଳୟରେ ରାଗିଙ୍ଗ ଅଭିଯୋଗ, ସନ୍ଧ୍ୟାରେ କର୍ତ୍ତୃପକ୍ଷଙ୍କ ବୈଠକ

କଟକ : ରେଭେନ୍ଶା ବିଶ୍ୱବିଦ୍ୟାଳୟରେ ରାଗିଙ୍ଗ ଅଭିଯୋଗ । ମୋବାଇଲ ଗେମ କୁ ନେଇ ରେଭେନ୍ଶା ବିଶ୍ୱବିଦ୍ୟାଳୟ ରେ ରାଗିଙ୍ଗ ହୋଇଛି ।  ଜଗନ୍ନାଥ ଛାତ୍ରବାସ ର +୩ ଦ୍ଵିତୀୟ ବର୍ଷର ଛାତ୍ର ମନୋରଞ୍ଜନ ମାଝୀକୁ ସେହି ଛାତ୍ରାବାସର +୩ ତୃତୀୟ ବର୍ଷର କିଛି ଛାତ୍ର ରାଗିଙ୍ଗ କରିଛନ୍ତି ବୋଲି ମନୋରଞ୍ଜନ ଅଭିଯୋଗ କରିଛନ୍ତି ।  ଅନଲାଇନ ମୋବଇଲ ଗେମରେ ସିନିୟର ଛାତ୍ରମାନେ ଚିଟିଙ୍ଗ କରିଥିବାରୁ ମନୋରଞ୍ଜନ ସେମାନଙ୍କୁ ବିରୋଧ କରିଥିଲେ ।

ଯେଉଁଥିରେ ସିନିୟର ଛାତ୍ର ମାନେ ରାଗିଯାଇ ମନୋରଞ୍ଜନକୁ ସେମାନଙ୍କ ହଷ୍ଟେଲ ରୁମ ପାଖକୁ ଡକାଇ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ସେ ଅଭିଯୋଗ ଆଣିଛନ୍ତି ।  ଏନେଇ ସେ ଆଣ୍ଟି ରାଗିଙ୍ଗ ସେଲ ଏବଂ ପରେ ରେଭେନ୍ଶା ବିଶ୍ୱବିଦ୍ୟାଳୟର କୁଳସଚିବ ଓ ଚିଫ ୱାର୍ଡେନକୁ ମେଲ କରି ଅଭିଯୋଗ କରିଛନ୍ତି ।  ଏ ନେଇ ରେଭେନ୍ଶା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଆଜି ସନ୍ଧ୍ୟାରେ ଅଭିଯୋଗ ନେଇ କର୍ତ୍ତୃପକ୍ଷ ବୈଠକ କରିବେ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *