ଲୁଟିବାକୁ ଆସିଥିଲା, ଲୋକଙ୍କ ହାତରେ ନିସ୍ତୁକ ଛେଚା ଖାଇଲା

ସୋର: ଅଭିନବ ଉପାୟରେ ଲୁଟ ଉଦ୍ଯମ ପଡ଼ିଲା ମହଙ୍ଗା । ଜଣେ ଚୋର ଚମ୍ପଟ ମାରିଥିବା ବେଳେ ଅନ୍ୟ ଜଣକୁ ଧରି ନିସ୍ତୁକ ପିଟି ରାସ୍ତାରେ ଚଲାଇ ଚଲାଇ ନେଲେ ଗ୍ରାମବାସୀ । ବାଲେଶ୍ବର ଜିଲ୍ଲା ଖଇରା ଥାନା ବଟେଶ୍ବର ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବଟେଶ୍ବର ଗାଁର ବୈଜୟନ୍ତୀ ଜେନାଙ୍କ ଘରକୁ ଦୁଇଜଣ ଅଜଣା ବ୍ଯକ୍ତି ପଲସର ବାଇକ୍ ଯୋଗେ ଆସିଥିଲେ । ଜଣେ ବାଇକ୍ ଉପରେ ବସିରହିଥିବା ବେଳେ ଅନ୍ୟ ଜଣେ ବୈଜୟନ୍ତୀଙ୍କୁ ଡାକି ଏକ ସିଲିଣ୍ଡର ଧରି ଗ୍ଯାସ୍ ଆସିଥିବା କହିଥିଲେ । ଏତିକି ବେଳେ ମୋବାଇଲ୍ ଏବଂ କାନଫୁଲ ଟାଣୁଥିବା ବେଳେ ବୈଜୟନ୍ତୀ ଚିତ୍କାର କରିଥିଲେ । ଗ୍ରାମବାସୀ ମାନେ ଦୌଡି ଆସି ଲୁଟେରାକୁ କାବୁ କରି ଦୁଇ କିମି ଚଲାଇ ଚଲାଇ ଥାନାକୁ ନେଉଥିଲେ । ପୋଲିସ ଖବର ପାଇଁ ରାସ୍ତାରୁ ଲୁଟେରାକୁ ଉଦ୍ଧାର କରି ଥାନାରେ ଆଣି ଅଟକ ରଖିଛି । ବାଇକରେ ଥିବା ଲୁଟେରା ସେଠାରୁ ଖସି ପଳାଇଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *