ସାର ସଙ୍କଟ ନେଇ ଭୟ ନାହିଁ, ଗଚ୍ଛିତ ରହିଛି ୟୁରିଆ

ଭୁବନେଶ୍ବର: ଚଳିତବର୍ଷ ରାଜ୍ୟରେ ଅଭାବ ରହିବ ନାହିଁ ସାର । ସାର ଗଚ୍ଛିତ ରଖାଯାଇଛି । ପୂର୍ବରୁ ୟୁରିଆ ସାର ସବୁ ପ୍ୟାକ୍ସରେ ମହଜୁଦ ରଖାଯାଇଛି ।  ୮୧ ହଜାର ଟନ୍ ଷ୍ଟକ ରହିଛି ।  ଆହୁରି ସାର ଆସୁଛି ବୋଲି କହିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ଗତ ବର୍ଷ ବି ସାରର ଅଭାବ ନଥିଲା । ବିଗତ ସରକାର ଶହେ ଟଙ୍କା ବୋନସ ଦେଇ ନଥିଲେ । ଯେଉଁଥି ପାଇଁ ଚାଷୀ ଭୟ କଲେ କି କାଳେ ବିଜେପି ସରକାର ୮ ଶହ ଟଙ୍କା ଦେବନି । ହେଲେ ବିଜେପି ସରକାର ୮ ଶହ ଟଙ୍କା ଇନପୁଟ ସବସିଡି ଦେବା ପରେ ଧାନ ଚାଷ କଲେ ଚାଷୀ । ୨୦୨୪ ମସିହାରେ ଯେତିକି ୟୁରିଆ ଦିଆଯାଇଥିଲା,୨୦୨୫ରେ ତାଠାରୁ ୪ ଲକ୍ଷ ୧୩ ହଜାର ଟନ ଅଧିକ ସାର ଦେବା ପରେ ଅଭାବ ରହିଲା । କାରଣ ଅଧିକ ଚାଷ କାର୍ଯ୍ୟ ହୋଇଥିଲା ବୋଲି ମନ୍ତ୍ରୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *