ସତ୍ୟକୁ ଲୁଚାଇ ଓଡ଼ିଶାର ଲୋକଙ୍କୁ ଭ୍ରମିତ କରୁଛନ୍ତି ନବୀନ : ଧର୍ମେନ୍ଦ୍ର ପ୍ରଧାନ

ଏମ୍‌ଏମ୍‌ଡିଆର୍ ସଂଶୋଧନ ବିଲ୍‌କୁ ନେଇ ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ନିଶାନା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମିଥ୍ୟା ଅପପ୍ରଚାର କରି ଓଡ଼ିଶାବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ସମ୍ୱଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ସେ କହିଛନ୍ତି ଯେ, ରାଜନୀତି ନିଜ ଜାଗାରେ, କିନ୍ତୁ ସତ୍ୟକୁ ଲୁଚାଇ ଓଡ଼ିଶାର ଲୋକଙ୍କୁ ଭ୍ରମିତ କରିବା ଆଦୌ ଗ୍ରହଣୀୟ ନୁହେଁ । ମୋଦୀ ସରକାର ଆଣିଥିବା ଏହି ନୂଆ ଏମଏମଡିଆର ବିଲ୍ ହେଉଛି ଦେଶର ଖଣି ସୁରକ୍ଷା ଓ ଓଡ଼ିଶା ଭଳି ଖଣି ସମ୍ପନ୍ନ ରାଜ୍ୟଗୁଡ଼ିକର ଆର୍ଥିକ ଭବିଷ୍ୟତ ପାଇଁ ଏକ ଐତିହାସିକ ପଦକ୍ଷେପ । ପୂର୍ବରୁ ରାଜ୍ୟଗୁଡ଼ିକ ଖଣିଗୁଡ଼ିକ ଉପରେ ୧୪ ପ୍ରକାରର ଅଲଗା ଅଲଗା ଅତ୍ୟଧିକ ଟିକସ ଲଗାଉଥିଲେ। ଏମଏମଡିଆର ବିଲ୍‌ ରାଜ୍ୟଗୁଡ଼ିକରୁ ମୂଳ ରାଜସ୍ୱ ନ ଛଡ଼ାଇ ମଲଟି-ଲେଭଲ୍ ଟ୍ୟାକ୍ସ ବୋଝକୁ ରୋକିବା  ପାଇଁ ଏକ ସ୍ପଷ୍ଟ ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ କରୁଛି। ପୁରୁଣା ବକେୟା ଟିକସ ବୋଝ ଯୋଗୁଁ ଅନେକ ଖଣି କମ୍ପାନୀ ବନ୍ଦ ହେବାର ସମ୍ଭାବନା ଥିଲା । ଏହି ବିଲ୍ ଦ୍ୱାରା କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ, ଯାଜପୁରର ଖଣି ଓ କାରଖାନାଗୁଡ଼ିକ ବନ୍ଦ ହେବାର ଆଶଙ୍କା ଦୂରେଇ ଯାଇଛି ଏବଂ ଖଣି ଓ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ଚାକିରି, ବୃତ୍ତି ଓ ଜୀବିକା ସୁରକ୍ଷିତ ହୋଇପାରିଛି । ମୋଦୀଙ୍କ ସ୍ୱଚ୍ଛ ନୀତି ଯୋଗୁଁ ଓଡ଼ିଶାର ଖଣି ରାଜସ୍ୱ ୫ହଜାର କୋଟିରୁ ବୃଦ୍ଧି ପାଇ ୫୦ହଜାର କୋଟିରେ ପହଞ୍ଚିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଅନ୍ୟପକ୍ଷରେ ଗତକାଲି ନବୀନ କହିଥିଲେ ଯେ,  ଏହି ବିଲ୍ ଓଡ଼ିଶାର ବହୁତ କ୍ଷତି କରିବାକୁ ଯାଉଛି । ଏହା ଆମ ଖଣି ଉପରେ ଆମ ଅଧିକାର  ଶେଷ କରି ଦେଇଛି ।

Spread the love

Leave a Reply

Your email address will not be published. Required fields are marked *