ଆର୍ ଆଣ୍ଡ ବି ଦୁର୍ନୀତି ମାମଲାରେ ବଢିଲା ଗିରଫଦାରୀ, ଆଉ ତିନି ଜଣ ଗିରଫ
ଭୁବନେଶ୍ବର : ଭୁବନେଶ୍ବର ଆର୍ ଆଣ୍ଡ ବି ଦୁର୍ନୀତି ମାମଲାରେ ବଢିଲା ଗିରଫଦାରୀ। ୯ କୋଟି ୨୪ ଲକ୍ଷରୁ ଅଧିକ ଟଙ୍କାର ହେରଫେର ମାମଲାରେ ଆଉ ତିନି ଜଣ ଗିରଫ। ଜାଲ୍ ବିଲ୍ କରି ଟଙ୍କା ହଡପ କରିବାରେ ଏମାନେ ମୁଖ୍ୟ ଅଭିଯୁକ୍ତକୁ ସହାୟତା କରିଥିଲେ । ଏମାନଙ୍କ ଲିଙ୍କ୍ ରେ ବିଭିନ୍ନ ଏକାଉଣ୍ଟକୁ ଆସିଥିଲା କୋଟିଏରୁ ଅଧିକ ଟଙ୍କା । ସେପଟେ ବନ୍ଧା ହେଲେ ସୁନ୍ଦରଗଡ଼ର ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ପ୍ରସନ୍ନ ପାତ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ । ତାଙ୍କର ଏକାଧିକ ଠିକଣାରେ ହୋଇଥିଲା ରେଡ୍ ।
