ସୋଆ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟରେ କେକ୍ ମିକ୍ସିଙ୍ଗ୍ ଉତ୍ସବ
ଭୁବନେଶ୍ୱର,୨୫/୧୧: ବଡ଼ ଦିନ ଆସୁଛି । ଏହା ପୂର୍ବରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟରେ ବୁଧବାର କେକ୍ ମିକ୍ସିଙ୍ଗ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେକ୍ ମିକ୍ସିଙ୍ଗ ଉତ୍ସବରେ ସାମିଲ ହେବା ସହ ଏଭଳି ଏକ ଆନନ୍ଦଦାୟକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି କରାଇଥାଏ ବୋଲି କହିଥିଲେ । କେକ୍ ମିକ୍ସିଂ ଆନନ୍ଦ, ପାରସ୍ପରିକ ସଂପର୍କ ଓ ଏକତାର ବାର୍ତା ବହନ କରିଥାଏ ବୋଲି କୁଳପତି କହିଥିଲେ। ଏହି କାର୍ଯ୍ୟକ୍ରମରେ ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଏହି କେକ୍ ମିକ୍ସିଙ୍ଗ ପ୍ରସ୍ତୁତିର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ ।
୧୭୦୦ ଶତାବ୍ଦୀରେ ୟୁରୋପରେ ଏହି ପାରମ୍ପରିକ କେକ୍ ମିକ୍ସିଙ୍ଗ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏହାକୁ ଏକ ଶୁଭ ସମୟ ଓ ଆନନ୍ଦର ବାର୍ତାବହ ବୋଲି କୁହାଯାଇଥାଏ । ଏହି ସମୟରେ ଅଧିକ ପରିମାଣର ଫଳ ଏବଂ ବାଦାମ ଜାତୀୟ ଫସଲ ଉତ୍ପାଦନ ହେଉଥିବାରୁ କେକ୍ ପ୍ରସ୍ତୁତ କରିବା ସହଜ ହୋଇଥାଏ ବୋଲି ସେ କହିଥିଲେ ।
ଏହି ପାରମ୍ପରିକ କେକ୍ରେ ଅନେକ ପରିମାଣର ଡ୍ରାଏ ଫ୍ରୁଟ, ଅଣ୍ଡା ଏବଂ ମଇଦା ବ୍ୟବହାର କରାଯାଇଥାଏ । ଅନେକ କେକ୍ରେ ଡ୍ରାଏ ଫ୍ରୁଟ୍୍, ଚେରି, ଫ୍ରୁଟି, କାନ୍ବେରୀ, ଖଜୁରୀ ଓ ବିଭିନ୍ନ ପାନୀୟ ବ୍ୟବହୃତ ହୋଇଥାଏ । ଏହି ପରମ୍ପରାକୁ ବଜାୟ ରଖିବା ନିମନ୍ତେ ଏସ୍ଏଚ୍ଏମ୍ର ଛାତ୍ରଛାତ୍ରୀମାନେ ଏହି ଉତ୍ସବକୁ ପାଳନ କରିଥିଲେ ।
ଏହି ଅବସରରେ ଭୁବନେଶ୍ୱର ଡି.ଏମ୍. ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଅଖିଳେଶ୍ୱର ମିଶ୍ର, ଭୁବନେଶ୍ୱର ସ୍ଥିତ ଦ କ୍ରାଉନ୍ ଆଇଏଚ୍ସିଏଲ୍ ସିଲେକ୍ସନ ହୋଟେଲ୍ର ଫୁଡ ଆଣ୍ଡ ବେଭେରେଜ୍ ମ୍ୟାନେଜର ଶ୍ରୀ ଲିପନ୍ ପାତ୍ର, ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତଥା ବରିଷ୍ଠ ପରିବେଶ ବୈଜ୍ଞାନିକ ତଥା ଆଂଚଳିକ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ବେହେରା, ଭୁବନେଶ୍ୱର ସ୍ଥିତ ହୋଟେଲ ଭିଭାନ୍ତର ସେଲ୍ସ ମ୍ୟାନେଜର ଶ୍ରୀ ସାଜିଦ୍ ଅଲ୍ଲୀ, ତାଜ୍ ଭିଭାନ୍ତର କ୍ୟାଟରିଂ ସେଲ୍ ମ୍ୟାନେଜର ଶ୍ରୀ ଆଲିନ୍ସ ଲି ଉପସ୍ଥିତ ରହି ଏହି ଉତ୍ସବ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏସ୍ଏଚ୍ଏମ୍ର ଛାତ୍ରଛାତ୍ରୀ ଜ୍ୟୋର୍ତିମୟ ବିଶ୍ୱାଳ ଏବଂ ସୁଯୋଜ ପୌଡଲ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଏସ୍ଏଚ୍ଏମ୍ର ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।
