୨ ପ୍ରତିଶତ ବଢ଼ିଲା ଡିଏ, ମହଙ୍ଗା ଭତ୍ତା ୫୮ ରୁ ୬୦ ପ୍ରତିଶତକୁ ବୃଦ୍ଧି ହେଲା
ଭୁବନେଶ୍ୱର : ୨ ପ୍ରତିଶତ ବଢ଼ିଲା ଡିଏ । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି । ପେନସନ୍ ଭୋଗୀଙ୍କ ଟି.ଆଇ ରେ ମଧ୍ୟ ବୃଦ୍ଧି କରାଯାଇଛି । ମହଙ୍ଗା ଭତ୍ତା ୫୮ ରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା । ପିଛଲା ଭାବେ ଜାନୁଆରୀରୁ ଲାଗୁ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି । ଏହା ଦ୍ୱାରା ରାଜ୍ୟର ପ୍ରାୟ ସାଢେ ଆଠ ଲକ୍ଷ ସରକାରୀ କର୍ମଚାରୀ ଓ ପେନ୍ ସନଭୋଗୀ ଉପକୃତ ହେବେ ।
