୨୬ରେ କେରଳ ଛୁଇଁପାରେ ମୌସୁମୀ ବାୟୁ

ଭୁବନେଶ୍ୱର : ଏଥର ଶୀଘ୍ର ଆସିବ ମୌସୁମୀ ।  ଆସନ୍ତା ମେ ୨୬ ତାରିଖରେ କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ଘୋଷଣା କରିଛି ଭାରତୀୟ ପାଣିପାଗ ବିଭାଗ । ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ପାଞ୍ଚ ଦିନ ପୂର୍ବରୁ ଆସୁଛି ମୌସୁମୀ । ସାଧାରଣତଃ ଜୁନ୍ ୧ ତାରିଖରେ କେରଳରେ ମୌସୁମୀ ବାୟୁ ପ୍ରବେଶ କରିଥାଏ, ଯାହା ଭାରତରେ ଜୁନ୍ ରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ଋତୁର ଆରମ୍ଭକୁ ସୂଚାଇଥାଏ। ପୂର୍ବରୁ ମଙ୍ଗଳବାର ଆଇଏମଡି ତରଫରୁ କୁହାଯାଇଥିଲା ଯେ, ଏହି ସପ୍ତାହ ଶେଷ ବେଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁବାକୁ ପାଗ ଅନୁକୂଳ ରହିଛି । ସାଧାରଣତଃ ମେ ୨୦ ତାରିଖରେ ଆଣ୍ଡାମାନ ନିକୋବର ଛୁଇଁଥାଏ ମୌସୁମୀ । ତାପରେ ଏହା ଧିରେ ଧିରେ ପଶ୍ଚିମ ଆଡକୁ ଗତି କରି ଭାରତ ଭୂଖଣ୍ଡ ଆଡକୁ ଅଗ୍ରସର ହୋଇଥାଏ । ତେଣୁ ଏଥର ଯେହେତୁ ଆଣ୍ଡାମାନକୁ ଶୀଘ୍ର ଛୁଇଁଛି ମୌସୁମୀ, ଭାରତକୁ ମଧ୍ୟ ଶୀଘ୍ର ଆସିବ ବୋଲି ଆକଳନ କରାଯାଉଛି। ତେବେ ଏଥର ଏଲନିନୋ ସ୍ଥିତି ଯୋଗୁଁ ଭାରତରେ ମୌସୁମୀ ଋତୁ ସ୍ବାଭାବିକ ଠାରୁ କମ ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଇଏମଡି ।

Spread the love

Leave a Reply

Your email address will not be published. Required fields are marked *