ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ, ମିଳିଲାଣି ୧ କେଜି ସୁନା,୫ ଟି ଆଲିସାନ କୋଠା ଓ ୧୪ ପ୍ଲଟ

କଟକ : କନ୍ଧମାଳ ଜିଲ୍ଲା ବାଲିଗୁଡା ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଚାଲିଥିବା ଭିଜିଲାନ୍ସ ତଦନ୍ତ ସମୟରେ ପୁଣି ବିପୁଳ ପରିମାଣର ସୁନା ରୁପା ଠାବ ହୋଇଛି ।  ଗତକାଲି ଗିରଫ ହୋଇଥିବା ଶ୍ରୀ ବେହେରାଙ୍କ ସମ୍ପତ୍ତି ସମ୍ପର୍କିତ ଖୋଜାଖୋଜି ବେଳେ ଆଜି ପଞ୍ଚମ ବ୍ୟାଙ୍କ ଲକରରୁ ଆଉ ୭୦୩ ଗ୍ରାମ ସୁନା ଅଳଙ୍କାର ଏବଂ ୩୭୫ ଗ୍ରାମ ରୂପା ଅଳଙ୍କାର ଜବତ କରାଯାଇଛି ।

ତାଙ୍କ ନିକଟରୁ ଏ ପର୍ଯ୍ୟନ୍ତ ମୋଟ ୧ କିଲୋ ୨୫୫ଗ୍ରାମ ସୁନା ଠାବ ହୋଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ତାଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରାଯାଇ ବହୁ ମୂଲ୍ୟବାନ ସମ୍ପତ୍ତି ମଧ୍ୟରେ ୫ ଟି ଆଲିସାନ କୋଠା, ୧୪ ଟି ପ୍ଲଟ, ଲକରରୁ ଦୁଇ କୋଟିର ନଗଦ ଅର୍ଥ ଓ ବ୍ୟାଙ୍କ ଜମାର ସନ୍ଧାନ ମିଳିଥିଲା।ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ତଦନ୍ତ ଜାରି ରହିଛି ଏବଂ ଜବତ ସମ୍ପତ୍ତିର ମୂଲ୍ୟାଙ୍କନ ସହ ଆର୍ଥିକ କାରବାରର ଯାଞ୍ଚ କରାଯାଉଛି। ତଦନ୍ତ ଶେଷ ପରେ ଆହୁରି ସମ୍ପତ୍ତି ପରିମାଣ ବଢିବ ବୋଲି ଆଶଙ୍କା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *