ଆକାଶରେ ୧ହଜାର କିମିର ବିଶାଳ ମେଘମାଳା: ଭାରତୀୟ ପାଣିପାଗ ବିଭାଗ
୧ହଜାର କିଲୋମିଟର ପର୍ଯ୍ୟନ୍ତ ବିଶାଳ ମେଘମାଳା । ଚିନ୍ତା ବଢ଼ାଇଲା ଭାରତୀୟ ପାଣିପାଗ ବିଭାଗର ସାଟେଲାଇଟ୍ ଚିତ୍ର । ସାଟେଲାଇଟ୍ ଚିତ୍ରରେ ଏକ ବିରଳ ପାଣିପାଗ ପରିବର୍ତ୍ତନ ଦେଖିବାକୁ ମିଳିଛି । ପ୍ରାୟ ୧୦୦୦ କିଲୋମିଟର ଲମ୍ବର ଏକ ବିଶାଳ ମେଘମାଳା ଭାରତ ଓ ପାକିସ୍ତାନର ଏକ ବଡ଼ ଅଞ୍ଚଳକୁ ଘୋଡ଼ାଇ ରଖିଛି । ଏହି ବାୟୁମଣ୍ଡଳୀୟ ପରିବର୍ତ୍ତନ କେବଳ ସାଧାରଣ ବର୍ଷା ନୁହେଁ, ବରଂ ଭୂମଧ୍ୟସାଗରୀୟ ଅଞ୍ଚଳରୁ ପୂର୍ବ ଦିଗକୁ ଗତି କରୁଥିବା ଅତି ଶକ୍ତିଶାଳୀ ପଶ୍ଚିମା ଝଡ଼ର ପରିଣାମ । ଏହା ବାୟୁମଣ୍ଡଳରେ ପ୍ରବଳ ଜଳୀୟ ବାଷ୍ପ ଓ ଅସ୍ଥିରତା ସୃଷ୍ଟି କରିଛି, ଯାହା ଆଗାମୀ କିଛି ଦିନ ପାଇଁ ଦକ୍ଷିଣ ଏସିଆର ଏହି ଦୁଇ ପ୍ରମୁଖ ଦେଶରେ ପାଣିପାଗର ଗତିବିଧିକୁ ସମ୍ପୂର୍ଣ୍ଣ ବଦଳାଇ ଦେବାକୁ ଯାଉଛି। ତେବେ ବିଶ୍ଳେଷକଙ୍କ ମତରେ, ଏହି ମେଘମାଳାର ଆକାର ଓ ଏହାର ପ୍ରଭାବ କୃଷି କ୍ଷେତ୍ରଠାରୁ ଆରମ୍ଭ କରି ସହରାଞ୍ଚଳର ଜୀବନଯାତ୍ରା ଉପରେ ପ୍ରଭାବ ପକାଇପାରେ । ୧୦୦୦ କିମିର ବିଶାଳ ମେଘମାଳା
ବିଶାଳ ମେଘମାଳା ଭାରତ ଓ ପାକିସ୍ତାନର ଏକ ବଡ଼ ଅଞ୍ଚଳକୁ ଘୋଡ଼ାଇ ରଖିଛି
ଜମ୍ମୁକାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନ ଓ ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳ ଉପରେ ସ୍ଥିର ରହିଛି
ଉତ୍ତର ଓ ଉତ୍ତର-ପଶ୍ଚିମ ଭାରତର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା, ବଜ୍ରପାତ ଓ ପ୍ରବଳ ପବନ ବହିବାର ସମ୍ଭାବନା
କୁଆପଥର ବୃଷ୍ଟି, ଘନଘନ ବଜ୍ରପାତ ସାଙ୍ଗକୁ ହଠାତ୍ ତାପମାତ୍ରାରେ ବଡ଼ଧରଣର ହ୍ରାସ ହୋଇପାରେ
ଗ୍ରୀଷ୍ମ ଲହରିରୁ ସାମୟିକ ଆଶ୍ୱସ୍ତି ଦେବ, କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟକୁ ଏଡ଼ାଇ ଦିଆଯାଇ ନପାରେ
ମେଘମାଳାର ପ୍ରଭାବ କୃଷି କ୍ଷେତ୍ର ଓ ସହରାଞ୍ଚଳର ଜୀବନଯାତ୍ରା ଉପରେ ପ୍ରଭାବ ପକାଇପାରେ
ଚାଷ ଜମିରେ ଥିବା ପାକଳ ଶସ୍ୟ ବ୍ୟାପକ କ୍ଷୟକ୍ଷତି ହେବାର ଭୟ ରହିଛି
ଚାଷୀମାନଙ୍କୁ ସତର୍କ ରହିବାକୁ ଆଇଏମଡିର ପରାମର୍ଶ
ଆଗାମୀ ୪୮ରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ
