ଖୋଲୁଛି ଚୋରି ରହସ୍ୟ, ପାଣିରୁ ମିଳିଲା ଚୋରି ହୋଇଥିବା ଲକର୍

ଭୁବନେଶ୍ବର: ପାଣିରୁ ମିଳିଲା ଲୁଟ ହୋଇଥିବା ଲକର । ସୁନା ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ନେଇଗଲା ଚୋର । ପାଣିରୁ ମିଳିଲା ଲୁଟ ହୋଇଥିବା ଆଲମିରା ଲକର୍ । ଗତକାଲି ରାତିରେ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ସାଇ ବିନାୟକ ଭିଲା ନମ୍ୱର୍ ୮ ରୁ ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ଘର ମାଲିକ କୋଲକାତାରେ ଥିବାବେଳେ ହୋଇଥିଲା ବଡ଼ ଧରଣର ଲୁଟ । ଘରୋଇ ସହାୟିକା ଲୁଟ ସମ୍ପର୍କରେ ଜାଣିବା ପରେ ମାଲିକଙ୍କୁ ଖବର ଦେଇଥିଲା ।

ଘର ନିକଟରୁ ମିଳିଛି ଲୁଟ ହୋଇଥିବା ଲକର୍ । ଲକର୍ ଭିତରେ କିଛି ଜମି ପଟ୍ଟା ଥିବା ଦେଖିବାକୁ ମିଳିଛି । ଜଣେ ଚାଷୀ ବିଲକୁ ଯାଉଥିବା ବେଳେ ଏହି ଲକରଟିକୁ ଦେଖି ପୋଲିସକୁ ଖବର ଦେଇଛନ୍ତି । ଘର ନିକଟରେ ଥିବା ଏକ ପରିତ୍ୟକ୍ତ ନାଳରୁ ଏହି ଲକର୍ ମିଳିଛି । ଲୁଟ ହୋଇଥିବା ସ୍ଥାନ ଓ ଲକର୍ ମିଳିଥିବା ସ୍ଥାନରେ ସ୍ଥାନୀୟ ପୋଲିସ ସହ ସାଇଣ୍ଟିଫିକ ଟିମ ପହଁଚି ଆରମ୍ଭ କରିଛି ତଦନ୍ତ ।

Spread the love

Leave a Reply

Your email address will not be published. Required fields are marked *