ଚୋରି ଓ ହଜିଥିବା ୧୬୨ ମୋବାଇଲ ଫେରାଇଲା ପୋଲିସ, ଲୋକଙ୍କ ମୁହଁରେ ଖୁସି

ସୁନ୍ଦରଗଡ : ଚୋରି ଓ ହଜିଥିବା ମୋବାଇଲ ଫେରାଇଲା ପୋଲିସ । ସୁନ୍ଦରଗଡ଼ ପୋଲିସ ୧୬୨ଜଣ ମୋବାଇଲ ଫୋନ ମାଲିକଙ୍କୁ ସେମାନଙ୍କ ଫୋନ ଫେରାଇଛି। ସୁନ୍ଦରଗଡ଼ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର ମୋବାଇଲ୍ ଫେରସ୍ତ କାର୍ଯ୍ୟକ୍ରମରେ ଉଦ୍ଧାର ମୋବାଇଲ୍ ଗୁଡ଼ିକୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି।

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଉଦ୍ଧାର ହୋଇଥିଲା ୧୬୨ଟି ହଜିଥିବା ଓ ଚୋରି ମୋବାଇଲ। ଏସପି ଅମ୍ରିତ ପାଲ କୌରଙ୍କ ଉପସ୍ଥିତିରେ ମୋବାଇଲ ଗୁଡ଼ିକର ଯାଞ୍ଚ ପରେ ସମ୍ପୃକ୍ତ ମାଲିକଙ୍କୁ ହସ୍ତାନ୍ତର କରାଯାଇଥିଲା। ଦୀର୍ଘ ଦିନ ପରେ ନିଜ ମୋବାଇଲ୍ ଫେରି ପାଇ ଲୋକମାନଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଥିଲା। ମୋବାଇଲ୍ ହଜିଗଲେ କିମ୍ବା ଚୋରୀ ହେଲେ ବିଳମ୍ବ ନକରି ସିମ୍ କୁ ବ୍ଲକ୍ କରିବା ସହ ସାଇବର୍ ଥାନା କିମ୍ବା ନିକଟସ୍ଥ ଥାନାରେ ଅଭିଯୋଗ କରିବା ଆବଶ୍ୟକ ବୋଲି କହିଛନ୍ତି ଏସପି ଅମ୍ରିତ ପାଲ କୌର।

Spread the love

Leave a Reply

Your email address will not be published. Required fields are marked *