ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳି କରି ଲୁଟ୍, ଚିକିତ୍ସାଧୀନ ଅବସ୍ଥାରେ ବ୍ୟବସାୟୀଙ୍କ ମୃତ୍ୟୁ

କେନ୍ଦୁଝର: ଜନସେବା କେନ୍ଦ୍ର ମାଲିକଙ୍କୁ ଗୁଳି କରି ଲୁଟ୍ । ଚିକିତ୍ସାଧୀନ ଅବସ୍ଥାରେ ବ୍ୟବସାୟୀ ମୃତ । ମୃତକ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ କେନ୍ଦେଇପଶି ନିକଟରେ ଜନସେବା କେନ୍ଦ୍ର ମାଲିକ ତ୍ରିଲୋଚନ ମହାନ୍ତ । ଗତକାଲି ରାତିରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇ ଟଙ୍କା ଲୁଟି ନେଇଥିଲେ ।

ଗୁରୁତର ଅବସ୍ଥାରେ ଧରଣୀଧର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପାଟଣା ପୋଲିସ ଘଟଣାର ତଦନ୍ତ କରୁଛି। ଲୁଟର ପରିମାଣ ଓ ଆକ୍ରମଣକାରୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିନାହିଁ ।

Spread the love

Leave a Reply

Your email address will not be published. Required fields are marked *