ତରଭୁଜ ଖାଇ ଗଲା ଜୀବନ, ଜଣେ ମୃତ, ୪ ଗୁରୁତର

କେନ୍ଦ୍ରାପଡା : ତରଭୁଜ ଖାଇ ଗଲା ଜୀବନ  ।  କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର କୁପୁଣି ଗାଁରେ ଅଘଟଣ । ତରଭୁଜ ଖାଇ ଗୋଟିଏ ପରିବାରର ଜଣେ ଶିଶୁ ମୃତ ।  ଆଉ ଜଣେ ଶିଶୁ ସମେତ ୪ ଅସୁସ୍ଥ ଅଛନ୍ତି ।  ତରଭୁଜ ଖାଇବା ପରେ ପେଟରେ ଯନ୍ତ୍ରଣା ଓ ଝାଡ଼ା ହେବା ସହ ମୁଣ୍ଡ ବୁଲାଇଥିଲା ।  ଅସୁସ୍ଥମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି  ।  ୨ ଜଣ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ।

ଏହି ଅଭାବନୀୟ ଘଟଣା ଘଟିଛି  କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁପୁଣି ଗାଁରେ ।   ମୃତ ଶିଶୁ ପଞ୍ଚାନନ ସେନାପତିଙ୍କ ଏକମାତ୍ର ପୁଅ ସ୍ଵାଧୀନ ସେନାପତି ବୋଲି ଜଣାପଡିଛି  l  ତେବେ ଏହି ପରିବାରର ଅନ୍ୟ ୪ ଜଣ ସଦସ୍ୟ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି  l  ସେମାନଙ୍କ ମଧ୍ୟରୁ ୩ ଜଣ କେନ୍ଦ୍ରାପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବେଳେ ଛଣେ କଟକ ସ୍ଥାନାନ୍ତର ହୋଇଛନ୍ତି  l

ତେବେ ସ୍ଵାଧୀନ କଟକରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି  l  ପରିବାରର ମୁଖ୍ୟ ଅନନ୍ତ ଚରଣ ସେନାପତି, ପଞ୍ଚାନନ ସେନାପତି ଓ ସ୍ଵାଗତିକା ସେନାପତି କେନ୍ଦ୍ରାପଡାରେ ଚିକିତ୍ସିତ ହେଉଥିବା ବେଳେ ବବୃବାହନ ସେନାପତି ଓ ସ୍ଵଧୀନ ସେନାପତି କଟକ ଯାଇଥିଲେ ଚିକିତ୍ସିତ ହେବା ପାଇଁ l ପଞ୍ଚାନନଙ୍କର ଏକମାତ୍ର ପୁଅ ସ୍ବାଧିନଙ୍କର ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।  ଏହି  ଘଟଣା ଏବେ କେନ୍ଦ୍ରାପଡାରେ ଚାଞ୍ଚଲ୍ୟ ଖେଲାଇ ଦେଇଛି।

Spread the love

Leave a Reply

Your email address will not be published. Required fields are marked *