ତାମିଲନାଡୁ ଅମୋନିଆ ଗ୍ୟାସ୍ ଲିକ୍ ଟ୍ରାଜେଡି: କେନ୍ଦୁଝରରେ ପହଞ୍ଚିଲା ୫ ଓଡ଼ିଆ ଶ୍ରମିକଙ୍କ ମୃତଦେହ

କେନ୍ଦୁଝର : ଶୋକରେ ବୁଡିଲା ପୁରା ଗାଁ । କେନ୍ଦୁଝରରେ ପହଞ୍ଚିଲା ୫ ମୃତଦେହ। ମହିଳା ଶ୍ରମିକଙ୍କ ମୃତଦେହ ଘରେ ପହଞ୍ଚିବା ପରେ ଶୋକର ଛାୟା ଖେଳି ଯାଇଛି । ଜନ୍ମମାଟିରେ ଆଜି ହେବ ଅନ୍ତିମ ସଂସ୍କାର । ତାମିଲନାଡୁରେ ଆମୋନିଆ ଗ୍ୟାସ ଲିକରେ ୭ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ।

ସୂଚନାଯୋଗ୍ୟ, ଗତକାଲି ତାମିଲନାଡୁ ଅମୋନିଆ ଗ୍ୟାସ୍ ଲିକ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ୫ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ ଦେହ ଭୁବନେଶ୍ୱର କାର୍ଗୋ ବିମାନ ବନ୍ଦରରେ ପହଞ୍ଚିଥିଲା । ସ୍ୱତନ୍ତ୍ର ବିମାନ ଯୋଗେ ୫ ମୃତ ଶ୍ରମିକଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିଥିଲା । ମୃତ ଦେହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ମନ୍ତ୍ରିପରିଷଦର ଅନ୍ୟ ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏଥିସହ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ ମୁଖ୍ୟମନ୍ତ୍ରୀ । ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ପରିବାରକୁ ସମବେଦନା ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ପ୍ରଥମେ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିଲେ । ପରେ ସହାୟତା ରାଶିକୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *