ଦହିବରା ଖାଇ ଝାଡାବାନ୍ତିରେ ଆକ୍ରାନ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ, ୭ ଦିନ ପାଇଁ ସମସ୍ତ ଫାଷ୍ଟପୁଡ୍ ଦୋକାନ ବନ୍ଦ

ଯାଜପୁର : ଯାଜପୁର ଦଶରଥପୁରରେ ଦହିବରା ଓ ଫାଷ୍ଟଫୁଡ ଖାଇ ଶତାଧିକ ଲୋକ ଆକ୍ରାନ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଦହିବରା ବ୍ୟବସାୟୀ ସର୍ବେଶ୍ୱର ସାହୁ କୋର୍ଟ ଚାଲାଣ । ସର୍ବେଶ୍ବର ଏବଂ ତାଙ୍କ ପତ୍ନୀଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ଦଶରଥପୁର ଥାନା ପୋଲିସ । ପରେ ଖାଦ୍ୟ ସୁରକ୍ଷା ଆଇନ ଭଙ୍ଗ କରିଥିବା ଅଭିଯୋଗରେ ସର୍ବେଶ୍ୱରଙ୍କୁ କୋର୍ଟ ଚାଲାଣ କରିଯାଇଥିବା ଜଣାଯାଇଛି।

ଅନ୍ୟପଟେ ଘଟଣା ପରେ ପୌରାଅଞ୍ଚଳରେ ସମସ୍ତ ଦହିବରା ଦୋକାନୀ,ଫାଷ୍ଟଫୁଡ ସେଣ୍ଟର ଉପରେ ଚଢାଉ କରିଛି ପ୍ରଶାସନ । ଏହାସହ ଆଗାମୀ ୭ ଦିନ ଯାଏଁ ଏହି ସବୁ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ସେହିପରି ବୁଲା ବ୍ୟବସାୟୀଙ୍କୁ ବାରଣ ମଧ୍ୟ କରାଯାଇଛି । ଅନ୍ୟପଟେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩୭ ଆକ୍ରାନ୍ତ । ଦଶରଥପୁର ବ୍ଲକର ୭ଟି ଗାଁରପ୍ରାୟ ୯୦ରୁ ଅଧିକ ଲୋକ ଦହିବରା ଖାଇ ଝାଡାବାନ୍ତି ଓ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ଆକ୍ରାନ୍ତଙ୍କୁ ଦଶରଥପୁର ଓ ମଙ୍ଗଳପୁର ସିଏଚସି ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ କରାଯାଉଥିଲା । ତେବେ ୭୨ ବର୍ଷୀୟା ସୁନ୍ଦରୀ ଜେନାଙ୍କ ମୃତ୍ୟୁ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *