ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ଼ ଆହ୍ୱାନ, କୋରନା ସମୟର ଦେଲେ ଉଦାହରଣ

ନୂଆଦିଲ୍ଲୀ: ଆମେରିକା ଓ ଇରାନ ଯୁଦ୍ଧକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ବଡ଼ ଆହ୍ୱାନ ଦେଇଛନ୍ତି । ସେ ସମସ୍ତଙ୍କୁ ପେଟ୍ରେଲ ଏବଂ ଡିଜେଲ ବ୍ୟବହାରକୁ କମ୍‌ କରିବାକୁ ଅନୁରୋଧ କରିଛନ୍ତି । ସେ ଘରେ ରହି କାମ କରିବାକୁ ମଧ୍‌ୟ ଅନୁରୋଧ କରିଛନ୍ତି । ଏଥିସହ ଗୋଟିଏ ବର୍ଷ ପାଇଁ ସୁନା କିଣିବା ବିରୁଦ୍ଧରେ ପରାମର୍ଶ ଦେଇଛନ୍ତି । ଏହିପରି ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ କଟକଣା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହା ଲକଡାଉନ୍‌ ଭଳି ପରିସ୍ଥିତି ଆସିବାକୁ ଯାଉଛି କି ନାହିଁ ସେ ବିଷୟରେ ଆରମ୍ଭ ହୋଇଛି ଚର୍ଚ୍ଚା ।

ହାଇଦ୍ରାବାଦରେ ଏକ ସାଧାରଣ ସଭାକୁ ସମେ୍ବଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ଅର୍ଥନୀତି ଏବଂ ତୈଳ ଏବଂ ଗ୍ୟାସର ବୃଦ୍ଧିକୁ ଦୃଷ୍ଟିରେ ରଖି ଲୋକମାନେ ଯଥା ସମ୍ଭବ ସାର୍ବଜନୀନ ପରିବହନ, ମେଟ୍ରୋ, ବସ୍‌ ଏବଂ ଟ୍ରେନ ବ୍ୟବହାର କରିବା ଉଚିତ୍‌ । ଏହା ବ୍ୟତୀତ ଲୋକମାନେ ଇନ୍ଧନ ସଞ୍ଚୟ କରିବା ପାଇଁ କାରପୁଲ୍‌ କରିବା ଉଚିତ । ଏଥିସହ ଆହୁରି ମଧ୍‌ୟ କହିଛନ୍ତି ଯେ, କୋଭିଡ୍‌-୧୯ ମହାମାରୀ ସମୟରେ ଆମେ ଅନେକ ନିୟମ ପାଳନ କରୁଥିଲେ ଯାହା ଏବେ କଲେ ଆଉ କଷ୍ଟକର ହେବ ନାହିଁ ।

ପ୍ରଧାନମନ୍ତ୍ରୀ ମୋଦୀ ଦେଶର ନାଗରିକମାନଙ୍‌କୁ ବିଦେଶୀ ମୁଦ୍ରା ସଂରକ୍ଷଣରେ ସହଯୋଗ କରିବାକୁ ନିବେଦନ କରିଥିଲେ ଏବଂ କହିଥିଲେ ଯେ ବର୍ତ୍ତମାନର ସଙ୍‌କଟକୁ ଦୃଷ୍ଟିରେ ରଖି ଆମକୁ ବିଦେଶୀ ମୁଦ୍ରା ସଞ୍ଚୟ ଉପରେ ବହୁତ୍‌ ଗୁରୁତ୍ୱ ଦେବାକୁ ପଡିବ । ମଧ୍ୟବିତ୍ତ ବର୍ଗର ବିଦେଶ ଯାତ୍ରା, ଛୁଟି କାଟିବା ନିୟମ ବ୍ରୁଦ୍ଧି ପାଉଛି । ଆମେ ଅତି କମରେ ଗୋଟିଏ ବର୍ଷ ପାଇଁ ବିଦେଶ ଯିବାର ଚିନ୍ତାଧାରା ସ୍ଥଗିତ ରଖିବା ଉଚିତ । ଭାରତରେ ଏପରି ଅନେକ ସ୍ଥାନ ଅଛି ଯେଉଁଠାକୁ ଆମେ ଯାଇପାରିବା । ଭାରତରେ ବହୁତ୍‌ କିଛି କରାଯାଇପାରିବ ’ । ଏଥିସହ ଆହୁରି ମଧ୍‌ୟ କହିଥିଲେ ଯେ, ବିଦେଶୀ ମୁଦ୍ରା ସଞ୍ଚୟ କରିବା ପାଇଁ ଆମେ ଯେକୌଣସି ଉପାୟ ଆପଣାଇପାରିବା । ଆମକୁ ତାହା ଗ୍ରହଣ କରିବାକୁ ପଡିବ । ଆମକୁ ବିଦେଶୀ ମୁଦ୍ରା ସଞ୍ଚୟ କରିବାକୁ ପଡିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୁନା କିଣିବା ହେଉଛି ଆଉ ଏକ ଦିଗ ଯାହା ପ୍ରଚୁର ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଛି । ଗୋଟିଏ ସମୟ ଥିଲା ଯେତେବେଳେ ଲୋକମାନେ କୌଣସି ସଙ୍‌କଟ କିମ୍ବା ଯୁଦ୍ଧ ହେଲେ ସୁନା ଦାନ କରୁଥିଲେ । ଆଜି ଦାନ କରିବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ଦେଶର ସ୍ୱାର୍ଥ ପାଇଁ, ଆମକୁ ନିଷ୍ପତ୍ତି ନେବାକୁ ପଡିବ ଯେ, ଯେକୌଣସି କାର୍ଯ୍ୟକ୍ରମ ହେଉ ଆମେ ସୁନା ଅଳଙ୍‌କାର କିଣିବୁ ନାହିଁ । ଆମର ଦେଶପେ୍ରମ ଆମକୁ ବିଦେଶୀ ମୁଦ୍ରା ବଞ୍ଚାଇବା ପାଇଁ ଆହ୍ୱାନ କରୁଛି ଏବଂ ଆମକୁ ଚ୍ୟାଲେଞ୍ଜକୁ ଆପଣାଇବାକୁ ପଡ଼ିବ ଏବଂ ବିଦେଶୀ ମୁଦ୍ରା ବଞ୍ଚାଇବାକୁ ପଡିବ ।

Spread the love

Leave a Reply

Your email address will not be published. Required fields are marked *