ନିଆଁ ଲାଗି ନାବାଳକ ଜୀବନ୍ତ ଦଗ୍ଧ

ସୋରଡ଼ା : ଚା’ ଦୋକାନରେ ନିଆଁ ଲାଗି ନାବାଳକ ଜୀବନ୍ତ ଦଗ୍ଧ । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଦାନ୍ତିଲିଙ୍ଗି ଛକରେ ଥିବା ଚା ଦୋକାନରେ ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗି ଯାଇଥିଲା ।  ବଡ଼ଗଡ ଥାନା ଗାଙ୍ଗପୁର ଗାଁର ବାଦଲ ମୂଳି ଅଜାଘରକୁ ଖରା ଛୁଟିରେ ବୁଲିବାକୁ ଆସିଥିଲେ ।  ଦାନ୍ତିଲିଙ୍ଗି ଛକରେ ଥିବା ଚା ଦୋକାନରେ ଥିବାବେଳେ ଅଘଟଣ ଘଟିଥିଲା ।  ବାଦଲ ନିଆଁ ଭିତରୁ ବାହାରି ନପାରି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।  ଘଟଣା ସ୍ଥଳରେ ସୋରଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୋରଡା ପୋଲିସ ପହଞ୍ଚି ତଦନ୍ତ ଜାରିରଖିଛି ।

Spread the love

Leave a Reply

Your email address will not be published. Required fields are marked *