ନିଟ ପ୍ରଶ୍ନପତ୍ର ଲିକ ରୋକିବ CISF, କେନ୍ଦ୍ର ସରକାର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ :  NEET  ନିଟ ପ୍ରଶ୍ନପତ୍ର ଲିକ ରୋକିବ CISF ।  ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ପରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ଗୋପନୀୟ ପରୀକ୍ଷା ପରିଚାଳନା କେନ୍ଦ୍ର ଜଗିବ CISFର ୩୯ ଜଣିଆ ଦଳ। CISF ସୁରକ୍ଷା କର୍ମୀମାନେ ଏନଟିଏର ପରୀକ୍ଷା ସମ୍ପର୍କିତ ସ୍ଥାନଗୁଡିକରେ ମୁତୟନ ହେବା ସହ କାର୍ଯ୍ୟାଳୟର ସମସ୍ତ ପ୍ରବେଶ ଏବଂ ପ୍ରସ୍ଥାନ ପଥରେ ମୁତୟନ ହେବେ।  ଏନଟିଏ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଯାଞ୍ଚ ପାଇଁ ମେଟାଲ ଡିଟେକ୍ଟର ଏବଂ ବ୍ୟାଗ୍ ସ୍କ୍ରିନିଂ ପାଇଁ ଏକ୍ସ-ରେ ମେସିନ୍ ସ୍ଥାପନ କରାଯାଇଛି।

ନିଟ ପ୍ରଶ୍ନପତ୍ରକୁ ନେଇ ବିବାଦ ପରେ ଏନଟିଏ କାର୍ଯ୍ୟାଳୟ ସ୍ଥାନାନ୍ତରିତ ହୋଇଛି। ନିଟ ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ କରୁଥିବା ସିବିଆଇର ଚାର୍ଜସିଟ୍ ଅନୁଯାୟୀ, ପ୍ରଶ୍ନପତ୍ର ପ୍ରସ୍ତୁତକାରୀ ବିଶେଷଜ୍ଞଙ୍କ ପାଇଁ କୌଣସି କଡ଼ା ଯାଞ୍ଚ କିମ୍ବା ସ୍ୱତନ୍ତ୍ର ସିସିଟିଭି ମନିଟରିଂ ବ୍ୟବସ୍ଥା ନଥିଲା। ଏହାର ସୁଯୋଗ ନେଇ ସେମାନେ ଛୋଟ କାଗଜ ଖଣ୍ଡରେ ପ୍ରଶ୍ନ ଲେଖି ବାହାରକୁ ଆଣୁଥିଲେ। ପ୍ରଶ୍ନପତ୍ର ଲିକ୍ ରୋକିବା ପାଇଁ ନୂଆ କାର୍ଯ୍ୟାଳୟର ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ CISF ମୁତୟନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ମଂଜୁରୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *