ପଞ୍ଚତତ୍ତ୍ବରେ ବିଲୀନ ହେଲେ ପ୍ରତୀକ ଯାଦବ, ଶ୍ବଶୁର ଦେଲେ ମୁଖାଗ୍ନି
ଲକ୍ଷ୍ନୌ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ମୁଲାୟମ ସିଂ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ଗୁରୁବାର ଲକ୍ଷ୍ନୌର ବୈକୁଣ୍ଠଧାମରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଆଜି ସକାଳ ୧୧.୩୦ ମିନିଟରେ ସମାଜବାଦୀ ପାର୍ଟି ଅଫିସରୁ ଅନ୍ତିମ ଯାତ୍ରା ଆରମ୍ଭ ହୋଇ ବୈକୁଣ୍ଠଧାମ ଶ୍ମଶାନକୁ ଅଣାଯାଇଥିଲା । ଡିମ୍ପଲ ଯାଦବ, ଶିବପାଲ ଯାଦବ ସମତେ ପରିବାର ସହିତ ପ୍ରତୀକଙ୍କ ପତ୍ନୀ ଅପର୍ଣ୍ଣା ଯାଦବ ଉପସ୍ଥିତ ଥିଲେ ।
ପ୍ରତୀକ ଯାଦବଙ୍କ ଶଶୁର ଅରବିନ୍ଦ ସିଂ ବ୍ରିଷ୍ଟ ମୁଖାଗ୍ନି ଦେଇଥିଲେ । ପ୍ରତୀକ ଯାଦବଙ୍କ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ପହଞ୍ଚିଥିଲେ ।
