ପୁଣି କଳାବାଘ ଛାଲ ଜବତ; ୩ ଗିରଫ

ମୟୁରଭଞ୍ଜ : ପୁଣି କଳାବାଘ ଛାଲ ଜବତ ।  ଶିମିଳିପାଳ ଖୁଣ୍ଟା ଥାନା ବାସିପିଠା ଅଞ୍ଚଳରେ ବାଘ ଛାଲ ବିକ୍ରୀ ଉଦ୍ୟମ ବେଳେ ବିଶ୍ବସ୍ତ ସୂତ୍ରରରୁ ଖବର ପାଇ ବନ ବିଭାଗ ଚଢାଉ କରିଥିଲା ।  ଘଟଣା ସ୍ଥଳରୁ କଳା ମହାବଳ ବାଘ ଛାଲ ଜବତ ସହ ୩ ଅଭିଯୁକ୍ତକୁ ଗିରଫ କରିଛି ଶିମିଳିପାଳ କତ୍ତୃପକ୍ଷ ।  ଅଭିଯୁକ୍ତମାନେ ହେଲେ ଗଙ୍ଗାଧର ମୁର୍ମୁ , ରାମଦାସ ହେମ୍ୱ୍ରମ ଓ ଭୀମ ବାସ୍କେ ।  ଘର ମୟୁରଭଞ୍ଜ ଜିଲ୍ଲା ।  ସେମାନଙ୍କ ଠାରୁ ୩ ବାଇକ ଓ ଦୁଇ ମୋବାଇଲ ଜବତ ହୋଇଛି ।  ଘଟଣାରେ ଅନ୍ୟମାନଙ୍କ ସଂପୃକ୍ତି ରହିଥିବା ବେଳେ ତଦନ୍ତ ଜାରି ରହିଛି ।  ଗତ ଦୁଇ ବର୍ଷରେ ତିିନି କଳା ବାଘ ଛାଲ ଜବତ ହୋଇଛି  ।

Spread the love

Leave a Reply

Your email address will not be published. Required fields are marked *