ପୁଣି ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାର ଗେଟ୍, ଆରମ୍ଭ ହେଲା ଜଳ ନିଷ୍କାସନ
ନବରଙ୍ଗପୁର: ପୁଣି ଖୋଲିଲା ଇନ୍ଦ୍ରାବତୀ ଜଳଭଣ୍ଡାର ଗେଟ୍ । ରାତି ୨ଟା ବେଳେ ଇନ୍ଦ୍ରାବତୀ ଜଳ ଭଣ୍ଡାରର ୩ ନମ୍ବର ଗେଟ୍ ଖୋଲାଯାଇଛି । ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ରହିଛି ୬୪୨ ମିଟର । ଗତକାଲି ରାତି ୧୦ଟା ସୁଦ୍ଧା ୬୪୧.୬୫ ମିଟର ଅତିକ୍ରମ କରିଥିଲା । ପରେ ସର୍ବୋଚ୍ଚ ଯନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ ଅନୁମୋଦନ ପରେ ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ଜଳଭଣ୍ଡାରକୁ ୪୪୬.୨୩୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨୪୦.୨୧୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪୪୬.୨୩୬ କ୍ୟୁସେକ ଜଳ ପ୍ରବେଶ କରୁଛି ।
ଅନ୍ୟପଟେ ୨୪୦.୨୧୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାରର ଜଳସ୍ତର ଏବଂ ଜଳ ପ୍ରବେଶ-ନିଷ୍କାସନ ଉପରେ ବିଭାଗ ପକ୍ଷରୁ ନଜର ରଖାଯାଉଛି । ଗେଟ୍ ଖୋଲାଯିବା ପରେ ତଳମୁଣ୍ଡ ଅଞ୍ଚଳରେ ଜଳପ୍ରବାହ ବଢ଼ିବାର ସମ୍ଭାବନା ରହିଥିବାରୁ ସ୍ଥିତି ଉପରେ ନଜର ରଖାଯାଉଛି । ଜଳଭଣ୍ଡାରର ଜଳସ୍ତର ଓ ଆଗାମୀ ଜଳ ପ୍ରବେଶକୁ ଆଧାର କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ।
