ପୁଣି ବଢ଼ିଲା ବସ ଭଡା : ଜାଣନ୍ତୁ କେଉଁ ବସ୍‌ ପାଇଁ କେତେ ଟଙ୍କା ଦେବାକୁ ପଡିବ

କଟକ : ପୁଣି ବଢ଼ିଲା ବସ ଭଡା । ସାଧାରଣ ଓ ଏକ୍ସପ୍ରେସରେ କିଲୋମିଟର ପିଛା ଭଡ଼ା ୨ ପଇସା ବୃଦ୍ଧି । ଡିଲକ୍ସ, ଏସି ଡିଲକ୍ସ ବସରେ କିଲୋମିଟର ପିଛା ୪ ପଇସା ଭଡ଼ା ବଢ଼ିଲା । ସେହିପରି ସୁପର ଡିଲକ୍ସ ବସ ଭଡା କିଲୋମିଟର ପିଛା ୬ ପଇସା ବଢ଼ିଲା । ଅଟୋମେଟିକ ମେକାନିଜିମ ମାଧ୍ୟମରେ ବଢ଼ିଲା ବସ ଭଡା । ତେଲ ଦର ବୃଦ୍ଧି ପରେ ବସ ଭଡା ବୃଦ୍ଧି କଲେ ଏସଟିଏ । ମେ ୧୫ ତାରିଖରେ ଡିଜେଲ ଦର ଲିଟର ପିଛା ୯୫.୮୭ ଟଙ୍କା ଥିବାବେଳେ ମେ ୩୧ ତାରିଖରେ ଏହା ୧୦୦.୬୮ ଟଙ୍କାକୁ ବୃଦ୍ଧି ପାଇଥିଲା ।

ଫଳରେ ଅର୍ଡିନାରୀ ବସ୍ କିଲୋମିଟର ପିଛା ଭଡ଼ା ୯୦ ପଇସାରୁ ୯୨ ପଇସାକୁ ବୃଦ୍ଧି ହୋଇଛି । ଏକ୍ସପ୍ରେସ ୯୪ ପଇସାରୁ ୯୬ ପଇସା ହୋଇଛି । ସେହିପରି ଡିଲକ୍ସ ୧୩୧ ପଇସାରୁ ୧୩୫ ପଇସା ଯାଏ ବଢିଛି । ଏ.ସି. ଡିଲକ୍ସ୧୫୯ ପଇସାରୁ ୧୬୩ ପଇସା ହୋଇଛି । ସୁପର ଡିଲକ୍ସ ୨୪୭ ପଇସାରୁ ୨୫୩ ପଇସା ଯାଏ ବୃଦ୍ଧି ପାଇଛି । ଏହି ଭଡ଼ା ବୃଦ୍ଧି ପରେ ରାଜ୍ୟର ଲକ୍ଷାଧିକ ବସ୍ ଯାତ୍ରୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ । ତେବେ ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ବସ୍ ମାଲିକମାନଙ୍କ ଖର୍ଚ୍ଚ ବଢ଼ିଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଏସଟିଏ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *