ପୂର୍ବତନ ବିଧାୟକ ରାମ ମୂର୍ତ୍ତି ଗମାଙ୍ଗ ଅସୁସ୍ଥ

ଭୁବନେଶ୍ୱର : ପୂର୍ବତନ ବିଧାୟକ ରାମ ମୂର୍ତ୍ତି ଗମାଙ୍ଗ ଅସୁସ୍ଥ । ଆଜୀବନ ସଜ୍ଜା କାଟୁଥିବା ଗୁଣୁପୁର ପୂର୍ବତନ ବିଧାୟକ ଜେଲରେ ଅସୁସ୍ଥ ହୋଇଯାଇଛନ୍ତି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ଝାରପଡ଼ା ଜେଲ୍ କର୍ତ୍ତୁପକ୍ଷ । ବୟସାଧିକ ଯୋଗୁଁ ଅନେକ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ଅଛନ୍ତି । ବାରମ୍ବାର ତାଙ୍କର ଚିକିତ୍ସା ଲାଗି ଜେଲରୁ କ୍ୟାପିଟାଲ ହସ୍ପିଟାଲ ନିଆଯାଉଛି । ତେବେ ପତ୍ନୀ ହତ୍ୟା ମାମଲାରେ ସଜା କାଟୁଛନ୍ତି ପୁର୍ବତନ ବିଧାୟକ। ସରକାରୀ କ୍ୱାଟରରେ ନିଜ ପତ୍ନୀଙ୍କୁ ଜିଅନ୍ତା ଜାଳି ହତ୍ୟା ମାମଲାରେ ଆଜିବନ କାରାଦଣ୍ଡ ଦଣ୍ଡିତ ହୋଇଥିଲେ ।

ଗତ ୨୦୨୩ ଜୁନ ୨୭ରୁ ଆଜିବନ କଏଦୀ ଭାବେ ଝାରପଡ଼ା ଜେଲରେ ସଜ୍ଜା କାଟୁଛନ୍ତି ୭୩ବର୍ଷୀୟ ପୁର୍ବତନ ବିଧାୟକ। ରାମମୂର୍ତ୍ତି ଗମାଙ୍ଗଙ୍କ ନାଁରେ ଆଇପିସିର ୩୦୨ ଓ ୨୦୧ ଦଫା ଲାଗିଛି । ୧୧ଜଣ ସାକ୍ଷୀଙ୍କ ବୟାନ ଓ ୧୫ଟି ଦସ୍ତାବିଜ ପ୍ରମାଣ ଆଧାରରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

ସୂଚନା ଅନୁସାରେ ୧୯୯୫ ମସିହା ଅଗଷ୍ଟ ୨୯ରେ ପତ୍ନୀ ଶଶିରେଖା ଗମାଙ୍ଗଙ୍କ ସହ ରାମମୂର୍ତ୍ତି ଗମାଙ୍ଗଙ୍କ ପାଟିତୁଣ୍ଡ ହୋଇଥିଲା । ଏହାପରେ ଶଶିରେଖାଙ୍କ ମୃତ୍ୟୁ ଘଟିଥିଲା । ଭୁବନେଶ୍ୱର ଏମଏଲଏ କଲୋନୀ କ୍ୱାର୍ଟର ଗାଧୁଆ ଘରେ ପୋଡ଼ି ହୋଇ ଶଶିରେଖା ମୃତ୍ୟୁବରଣ କରିଥିବା ନେଇ ରାମମୂର୍ତ୍ତି ଏତଲା ଦେଇଥିଲେ । ପରେ ପୋଲିସ ତଦନ୍ତରୁ ରାମମୂର୍ତ୍ତି ପତ୍ନୀଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା । ରାୟଗଡ଼ା ଗୁଣପୁର ନିର୍ବାଚନମଣ୍ଡଳୀରୁ ୨ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରାମମୂର୍ତ୍ତି ଗମାଙ୍ଗ ।

 

Spread the love

Leave a Reply

Your email address will not be published. Required fields are marked *