ବନ୍ୟା ନେଇଗଲା ବର୍ଷକର ପରିଶ୍ରମ, ଫସଲ ଉଜୁଡ଼ି ଋଣ ଚିନ୍ତାରେ ବାଲିଆପାଳ ଚାଷୀ
ଧାନ, ପାନ ଓ ପନିପରିବାର ଅଞ୍ଚଳ ହେଉଛି ବାଲେଶ୍ବର ଜିଲ୍ଲାର ବାଲିଆପାଳ । ଏହି ଅଞ୍ଚଳର ଚାଷୀମାନେ ବିଭିନ୍ନ ପ୍ରକାରର ଚାଷ କରି ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଥାନ୍ତି । ମାତ୍ର ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀରେ ବାରମ୍ବାର ବନ୍ୟା ଆସି ସମସ୍ତ ଫସଲ ଉଜାଡ଼ି ଦେଇଛି । ଯାହାକୁ ଦେଖି ମୁଣ୍ଡରେ ହାତ ଦେଇଛନ୍ତି ଚାଷୀ। କିପରି ବର୍ଷଯାକ ପରିବାର ମୁହଁରେ ଆହାର ଦେବେ, ନିଜର ଗୁଜୁରାଣ ମେଣ୍ଟାଇବେ ଏବଂ ଚାଷ ପାଇଁ କରିଥିବା ଋଣ ପରିଶୋଧ କରିବେ ସେହି ଚିନ୍ତାରେ ପଡ଼ିଛନ୍ତି ।
