ବଲିଉଡ ଇଣ୍ଡଷ୍ଟ୍ରୀ ଉପରେ ଆୟକର ବିଭାଗର ଚଢାଉ, ରକୁଲପ୍ରୀତ ଏବଂ ବାସୁ ଭଗନାନୀଙ୍କ କମ୍ପାନୀରେ ରେଡ୍

ବଲିଉଡ୍ ଇଣ୍ଡଷ୍ଟ୍ରୀରେ ପୁଣିଥରେ ଆୟକର ବିଭାଗର ଚଢାଉ । ମୁମ୍ବାଇ ଆୟକର ବିଭାଗର ଟିମ୍ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ, ଫିଲ୍ମ ନିର୍ମାତା ବାସୁ ଭଗନାନୀ ଏବଂ ପାନୋରମା ଷ୍ଟୁଡିଓସ୍ ସହ ଜଡ଼ିତ ଏକାଧିକ ସ୍ଥାନରେ ଆୟକର ବିଭାଗ ଚଢାଉ କରିଛି । ସେପ୍ଟେମ୍ବର ୨୮ରେ ମୁମ୍ବାଇର ପ୍ରାୟ ୧୨ଟି ସ୍ଥାନରେ ଚଢାଉ ଜାରି ରହିଛି । ମୁମ୍ବାଇ ଆୟକର ବିଭାଗ ପକ୍ଷରୁ କର ଚୋରି ଏବଂ ଫିଲ୍ମ ନାମରେ ବିଦେଶୀ ପଇସା ପଠାଇବା ମାମଲାରେ ଅନେକ ନାମୀଦାମୀ କଳାକାର ଏବଂ ପ୍ରଡକ୍ସନ ହାଉସ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି ।

ଖବର ମୁତାବକ, ଫିଲ୍ମ ଶୁଟିଂ, ବିଦେଶୀ ଡିଷ୍ଟ୍ରିବ୍ୟୁସନ ଏବଂ ଫିଲ୍ମ ନିର୍ମାଣ ସହ ଜଡ଼ିତ କାରବାରରେ ବିଦେଶକୁ ବିପୁଳ ପରିମାଣର ଟଙ୍କା ପଠାଯାଇଥିବା ନେଇ ଆୟକର ବିଭାଗକୁ ଦୀର୍ଘଦିନରୁ ସୂଚନା ମିଳିଥିଲା । ତେଣୁ ଦୀର୍ଘଦିନରୁ ଆୟକର ବିଭାଗର ଅଲଗା ଅଲଗା ଟିମ୍ ମୁମ୍ବାଇର ଅନେକ ଅଫିସରେ ତଲାସୀ ଜାରି ରଖିଥିଲା ।ଏହି କାରବାରରେ କର ଫାଙ୍କି ଏବଂ ଆର୍ଥିକ ଅନିୟମିତତାର ସନ୍ଦେହ ନେଇ ତଦନ୍ତ ଚାଲିଥିବା ଖବର ରହିଛି ।

ରକୁଲ ପ୍ରୀତ ସିଂହ, ଜ୍ୟାକି ଭଗନାନୀ ଏବଂ ବାଶୁ ଭଗନାନୀଙ୍କ ପକ୍ଷରୁ ମଧ୍ୟ ଏହି ରିପୋର୍ଟ ଉପରେ କୌଣସି ପ୍ରତିକ୍ରିୟା ଆସିନଥିବା ଜଣାପଡ଼ିଛି । ପାନୋରମା ଷ୍ଟୁଡିଓସ୍ ଏକ ଫିଲ୍ମ ଷ୍ଟୁଡିଓ ଭାବେ ଫିଲ୍ମ ନିର୍ମାଣ, ବିତରଣ, ମ୍ୟୁଜିକ୍, ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ ସମେତ ବିଭିନ୍ନ କ୍ଷେତ୍ରରେ କାମ କରେ । ଆୟକର ବିଭାଗର ତଦନ୍ତ ଜାରି ରହିଥିବାରୁ ଆଗାମୀ ଦିନରେ ଏହି ମାମଲାରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ ।

Spread the love

Leave a Reply

Your email address will not be published. Required fields are marked *