ବାତ୍ୟା ‘ମୁରାସୁ’ ପାଇଁ ଚିଲିକା ସାତପଡ଼ାରେ ଭସାପୋଲ ବନ୍ଦ

ବ୍ରହ୍ମଗିରି : ମୁରାସୁ ପାଇଁ ଚିଲିକାରେ ଭସାପୋଲ ବନ୍ଦ । ଚିଲିକା ସାତପଡ଼ାରେ ଭସାପୋଲ ସେବା ବନ୍ଦ ରହିଛି । ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଭସାପୋଲ ଯାତାୟାତ ବନ୍ଦ କରିଛନ୍ତି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ । ବାତ୍ୟା ମୁରାସୁ ପ୍ରଭାବରେ ହେବାକୁ ଥିବା ପବନ ଓ ବର୍ଷାକୁ ଲକ୍ଷ ରଖି ପ୍ରଶାସନ ପକ୍ଷରୁ ସତର୍କତା ଜାରି ହୋଇଛି । ସାତପଡ଼ାରେ ବାରମ୍ବାର ଭସାପୋଲ ବନ୍ଦ ପାଇଁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘାଟ ଡ଼ଙ୍ଗା ଚଳାଚଳ ଓ ଟ୍ୟୁରିଷ୍ଟ ଡ଼ଙ୍ଗା ଚଳାଚଳ ଉପରେ କୌଣସି କଟକଣା ଲାଗୁ ହୋଇନି ।

Spread the love

Leave a Reply

Your email address will not be published. Required fields are marked *