ବାସି ବିରିୟାନୀ କହିବାରୁ ଗ୍ରାହକଙ୍କୁ ନିର୍ଦ୍ଧୁମ ମାଡ, ଶେଷରେ ରାସ୍ତାରେ ଯୁବକଙ୍କୁ ଫୋପାଡ଼ି ଦେଇ ଗଲେ ଅଭିଯୁକ୍ତ
ଜଗତସିଂହପୁର: ବିରିୟାନୀ ପାଇଁ ତୁମୁଳକାଣ୍ଡ । ବାସି ବିରିୟାନୀ କହିବାରୁ ଗ୍ରାହକଙ୍କୁ ନିର୍ଦ୍ଧୁମ ମାଡ ମାରିଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଘଟିଛି ଘଟଣା । ବିରିୟାନୀକୁ ବାସି କହିବାରୁ ଗ୍ରାହକଙ୍କୁ ନିର୍ଘାତ ମାଡ଼ ମାରିଛନ୍ତି ହୋଟେଲ କର୍ମଚାରୀ । ଆକ୍ରମଣ କରି ତାଙ୍କୁ କଟକ ପାରାଦୀପ ଜାତୀୟ ରାଜପଥରେ ଅଭିଯୁକ୍ତ ମାନେ ଫୋପାଡ଼ି ଦେଇଥିବା କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏହାକୁ ପ୍ରତିବାଦ କରି ଘଣ୍ଟା ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ ଅଞ୍ଚଳବାସୀ ।
ଅଭିଯୋଗ ଅନୁଯାଇ, ଜୟସଂଖପୁର ଗାଁର ସଞ୍ଜୟ ମାଝୀ ୧୫ ନମ୍ବର ପାଖରେ ଥିବା ଏକ ହୋଟେଲକୁ ବିରିୟାନୀ ଖାଇବାକୁ ଯାଇଥିଲେ । ବିରିୟାନୀ ବାସି ଗନ୍ଧ ହେବାରୁ ହୋଟେଲ କର୍ମଚାରୀଙ୍କୁ ଅଭିଯୋଗ କରିଥିଲେ । ଓଲଟା ହୋଟେଲ କର୍ମଚାରୀ ତାଙ୍କୁ ଗାଳି କରିଥିଲେ, ସଞ୍ଜୟ ଏହାକୁ ପ୍ରତିବାଦ କରିବାରୁ ହୋଟେଲ କର୍ମଚାରୀ ମିଳିତ ଭାବେ ଭୁଜାଲିରେ ଆକ୍ରମଣ କରି ଲହୁଲୁହାଣ କରି କଟକ ପାରାଦୀପ ମୁଖ୍ୟ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଫୋପାଡ଼ି ଦେଇଥିଲେ । ଥାନାରେ ଅଭିୟୋଗ ପରେ ହୋଟେଲର ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛି ପୋଲିସ । ଅନ୍ୟପଟେ ଆହତ ସଞ୍ଜୟଙ୍କୁ ପ୍ରଥମେ କୁଜଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।
