ମହାନଦୀରେ ବନ୍ୟା! ଫୁଲିଲା ଶାଖା ନଦୀ, ତଳିଆ ଅଞ୍ଚଳରେ ପଶିଲା ପାଣି

ଚଳିତ ବର୍ଷ ମହାନଦୀରେ ବନ୍ୟାଜଳ ଆସିବା ଯୋଗୁଁ ତଳିଆ ଅଞ୍ଚଳରେ ପଶିଛି ପାଣି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ମହାନଦୀରେ ବନ୍ୟା ଜଳ ପ୍ରବେଶ କରିବା ଫଳରେ ତିର୍ତ୍ତୋଲ ଅଞ୍ଚଳର କୋଟକଣା ମୁଣ୍ଡାସାହି, ତିର୍ତ୍ତୋଲ ଆଦିବାସୀ ସାହି, ମଣିଜଙ୍ଗା ବେହେରା ସାହି ସମେତ କୋଲର ଏବଂ ରାହାମା ଅଞ୍ଚଳର ହରିପୁର ଆଦି ତଳିଆ ଅଞ୍ଚଳ ଏବେ ପାଣି ଘେରରେ ରହିଛି । ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ଭାବେ ନିକଟସ୍ଥ ସ୍କୁଲକୁ ସ୍ଥାନାନ୍ତର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *